ନାବାଳିକାଙ୍କୁ ଅପହରଣ ଅଭିଯୋଗ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ୬ଷ୍ଠ ଶ୍ରେଣୀ ରେ ପଢୁଥିବା ନାବାଳିକା ଙ୍କୁ ଦୀପକ କୁମାର ନାୟକ ନାମକ ଜଣେ ଯୁବକ ଅପହରଣ କରି କେଉଁଆଡ଼େ ନେଇଯାଇଥିବା ସମ୍ପର୍କରେ ତାଙ୍କ ମାଆ  ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲା କୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନାବାଳିକା ଜଣକ ଶନିବାର ସନ୍ଧ୍ୟା ରେ ଅନ୍ୟଜଣେ ସାଙ୍ଗ ଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ତାଙ୍କ ଘରକୁ ଯାଇଥିବା ବେଳେ ରାତି ୮ ଟା ସୁଦ୍ଧା ଘରକୁ ଫେରିନଥିଲେ।ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ତାଙ୍କୁ ପୂର୍ବ ଯୋଜନା ପ୍ରକାରେ ଅଭିଯୁକ୍ତ ଜଣକ ଅପହରଣ କରିଥିବା ଜଣାପଡିବା ପରେ ନାବାଳିକା ଙ୍କ ମାଆ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ନାବାଳିକା କିମ୍ବା ଅଭିଯୁକ୍ତଙ୍କ ପତ୍ତା ମିଳିପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ