ପାଙ୍ଗିଡ଼ି ଗ୍ରାମରେ ଗୁଳି ମାଡ଼,ଟ୍ୟୁସନ ଶିକ୍ଷକ ଆହାତ
ବୁଗୁଡ଼ା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡ଼ି ଗ୍ରାମରେ ଫୁଟିଲା ଗୁଳି l ଗୁଳି ମାଡ଼ରେ ଗ୍ରାମର ସନ୍ତୋଷ କୁମାର ପାତ୍ର ନାମକ ଜଣେ ଟିୟୁସନ ଶିକ୍ଷକ ଆହାତ ହୋଇଛନ୍ତି l ସନ୍ତୋଷ ନିଜ ବାରଣ୍ଡା ରେ ପିଲାମାନଙ୍କୁ ପଢ଼ାଉଥିବା ବେଳେ ଜଣେ ବ୍ୟକ୍ତି ମୁଖା ପିନ୍ଧି ଆସି ଘର ଆଗରେ ଗୁଳି ମାଡ଼ କରିଥିଲା l ଗୁଳି ମାଡ଼ରେ ସନ୍ତୋଷଙ୍କ ଦେହରେ ଓ ବାମ ହାତରେ ଆଘାତ ଲାଗିଛି l ଗୁଳିମାଡ଼ ପରେ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଦେଶୀ ବନ୍ଧୁକରୁ ଗୁଳି ଫୁଟାଯାଇଥିବା ଅନୁମାନ କରାଯାଉଛି l ତେବେ କିଏ ଓ କାହିଁକି ଗୁଳି ମାଡ଼ କଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ସନ୍ତୋଷ କୁମାର ପାତ୍ର ଥାନାରେ ଅଭିଯୋଗ କରିବା ପରେ ବୁଗୁଡା ପୋଲିସ ଥାନା କେଶ ନଂ ୩୧୮/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରି ରହିଥିବା ଜଣାପଡିଛି।