ହଦଗଡ଼ରୁ ନାବାଳିକା ନିଖୋଜ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ
ହାଟଡିହି (ବିକାଶ ବିଶ୍ବାଳ): ହଦଗଡ଼ରୁ ନା ବାଳିକା ନିଖୋଜ ହୋଇଯାଇଥିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ହଦଗଡ଼ ଠାରେ ଦୀର୍ଘ ମାସ ହେବ ଜଣେ ବ୍ୟକ୍ତି ସପରିବାର ରହି ରାଜମିସ୍ତ୍ରୀ କାମ କରନ୍ତି। ଗତ ସୋମବାର ଦିନ ସେ କାମ କରିବାକୁ ଯାଇଥିବା ବେଳେ ଘରେ ଦୁଇ ଝିଅ ଥିଲେ। ସେ ମଧ୍ୟାହ୍ନରେ ଖାଇବାକୁ ଆସିବା ବେଳକୁ ବଡ ଝିଅ ଘରେ ନଥିଲା। ସାନ ଝିଅକୁ ପଚାରିବାରୁ ସେ ତାର ଜଣେ ସାଙ୍ଗ ଝିଅ ସହିତ ତାଙ୍କ ଘରକୁ ଯାଇଛି ବୋଲି କହିଥିଲା। ପରିବାର ଲୋକେ ସାଙ୍ଗ ଘର ଟମକା ଥାନା ପାଣୁ ବାହାଳି ଗ୍ରାମକୁ ଯାଇ ଖୋଜା ଖୋଜି କରିବା ପରେ କିଛି ସନ୍ଧାନ ନ ମିଳିବାରୁ ଟମକା ଥାନାରେ ଜଣାଇଥିଲେ। ଟମକା ପୋଲିସ୍ ସାଙ୍ଗ ଘର ଲୋକଙ୍କୁ ଡାକି ପଚରା ଉଚରା କରିବାରୁ ଝିଅ ଚଣ୍ଡିଖୋଲ ପଳାଇଥିବା ସାଙ୍ଗଘର ଲୋକ ସୁଚନା ଦେଇଥିଲେ। ଚଣ୍ଡୀଖୋଲ ଯାଇ ଖୋଜା ଖୋଜି କରିଥିଲେ ମଧ୍ଯ ଝିଅର କିଛି ସନ୍ଧାନ ନପାଇବାରୁ ପରିବାର ଲୋକେ ସୋସୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।