ନାବାଳିକା ଦୁଷ୍କର୍ମ ମାମଲା: ଗଞ୍ଜାମ ପୋଲିସ ଏସ.ପି.ଙ୍କୁ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ
ବୁଗୁଡା (ଅନୀଲ କୁମାର ମହାରଣା) : ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ ଅଧିନସ୍ଥ ଗଞ୍ଜାମ ପୋଲିସ ଜିଲ୍ଲାରେ ଗତ ତିନିବର୍ଷରେ ସର୍ବାଧିକ ୪୯୯ ଗୋଟି ନାବାଳିକା ଦୁଷ୍କର୍ମ ମାମଲ ପଞ୍ଜିକରଣ ହୋଇଥିବା ବେଳେ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଆସନ୍ତା ୨୨/୭/୨୫ ତାରିଖ ସୁଦ୍ଧା ଜଣାଇବାକୁ ଓଡିଶା ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଯାଇଥିବା ଜଣାପଡିଛି। କୌଣସି ଖବର କାଗଜରେ ଶିରୋନାମରେ ପ୍ରକାଶ ପାଇଥିଲା ଯେ, “ଗଞ୍ଜାମରେ ଅସୁରକ୍ଷିତ ନାବାଳିକା, ତିନି ବର୍ଷରେ ୪୯୯ ଦୁଷ୍କର୍ମ ମାମଲା” । ଏହାକୁ ଭିତ୍ତିକରି ସାମାଜିକ କର୍ମୀ ତଥା ଆଡଭୋକେଟ ରଞ୍ଜିତ କୁମାର ପାତ୍ର ଇ ମେଲରେ ଅଭିଯୋଗ କରିବା ପରେ ଓଡିଶା ମାନବାଧିକାର କମିଶନଙ୍କ କେଶ ନଂ ୧୭୮୯ / ୨୦୨୫ ପ୍ରକାରେ ଗଞ୍ଜାମ ଏସ.ପି. ଙ୍କ ନିକଟକୁ ନିର୍ଦ୍ଦେଶ ପଠାଯାଇଛି। ଏହା ଦ୍ୱାରା ନାବାଳିକା ସମେତ ବିଭିନ୍ନ ଦୁଷ୍କର୍ମ ମାମଲାରେ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।