କୁନି କୁନି ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଶିକ୍ଷକଙ୍କ ଗିରଫ ଓ ବହିଷ୍କାର ଦାବି କଲା ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା
ବେତନଟୀ ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଭିଯୁକ୍ତ ଶିକ୍ଷକଙ୍କୁ ବେତନଟୀ ବ୍ଲକ ଶିକ୍ଷା ଅଧିକାରି ନିଳମ୍ବିତ କରିଥିବା ବେଳେ ସୋମବାର ବିଳମ୍ବିତ ରାତ୍ରରେ ବୈସିଙ୍ଗା ଥାନାରେ ଲିଖି ଅଭିଯୋଗ ହୋଇଛି। ଏହି ଅଭିଯୋଗ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଓଝାଙ୍କ ଅଭିଯୋଗ କୁନେଇ ପୋଲିସ କେଶ୍ ନମ୍ବର ୩୮୦/୨୫ ରେ ପୋସ୍କ ଆଇନ୍ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ଏହି ମାମଲା ରୁଜୁ ପରେ ବୈସିଙ୍ଗା ପୋଲିସ ଅଭିଯୁକ୍ତ ଶିଷକଙ୍କୁ ଗିରଫ କରି ନପାରି ଫେରାର ରହିଥିବା କହୁଥିବା ବେଳେ ଘଟଣା ଘଟି ଥିବା ବିଦ୍ୟାଳୟ ଓ ଗ୍ରାମ କୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଉକ୍ତ ଶିକ୍ଷକ ୨୦୦୮ ମସିହାରେ ଗଣ ଶିକ୍ଷକରୁ ରେଗୁଲାର ଶିକ୍ଷକ ଭାବରେ କାର୍ଯ୍ୟ କରି ଆସୁଥିବା ବେଳେ ଅଧିକାଂଶ ସ୍କୁଲରେ ଏହି ଭଳି କାର୍ଯ୍ୟ କଳାପ ବାବଦରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏଭଳିକି ୨୦୧୮ ମସିହାରେ ଏହିଭଳି ସମାନ ଘଟଣା ରେ ବୈସିଙ୍ଗା ଥାନା ରେ ଗିରଫ ହୋଇ ଜେଲ ଯାଇଥିବା ବେଳେ ସସ୍ପେଣ୍ଡ ହେଇଥିଲେ। ସେହିଦିନ ଠାରୁ ଅଭିଯୁକ୍ତ ଶିକ୍ଷକଙ୍କୁ ବେତନଟୀ ବ୍ଲକରେ ଥିବା ଯେକୌଣସି ବିଦ୍ୟାଳୟରେ ନିର୍ଯୁକ୍ତି ଦିଆଗଲେ ଗ୍ରାମବାସୀ ଓ ଅଭିଭାବକ ମହଲରୁ ବିରୋଧ କରାଯାଉଥିବା ବେଳେ ବ୍ଲକ ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଚାପ ପକାଇ ଓ ଆଇନର ଭୟ ଦେଖାଇ ପ୍ରମାଦ ମହାନ୍ତ କୁ ଥାଇ ଥାନ୍ କରାଯାଉଥିବାର ନଜିର ରହିଛି। ଏଭଳିକି ଗତ ୧୮ ତାରିଖ ରେ ଯେଁଉ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ୨୦୨୩-୨୪ ରେ ଏହି ଶିକ୍ଷକ ଙ୍କୁ ଉକ୍ତ ବିଦ୍ୟାଳୟରେ ପ୍ରଵେଶ ନକରାଇବା ପାଇଁ ଗ୍ରାମ ବାସି ଏବଂ ଅଭିଭାବକ ମାନେ ବିଦ୍ୟାଳୟ ଫାଟକ ରେ ତାଲା ପକାଇଥିଲେ। ତାପରେ ମଧ୍ଯ ସଂପୃକ୍ତ ଶିକ୍ଷକ ଙ୍କୁ ସେହି ବିଦ୍ୟାଳୟ ରେ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷ ରୁ ଥଇଥାନ କରାଯାଇଥିଲା। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବେତନଟୀ ବ୍ଲକ୍ ସଂଗଠନ ପକ୍ଷରୁ ଏହି ଶିକ୍ଷକଙ୍କ ବିରୋଧ ରେ ଦୃଢ ଆଇନଗତ କା୍ଯ୍ୟାନୁଷ୍ଠାନ ସହିତ ନିଲମ୍ବନ ନୁହଁ ବରଂ ବହିସ୍କାର କରାଯାଉ ବୋଲି ଦାବି କରାଯାଇଛି। ଏହିଭଳି ଶିକ୍ଷକ ଙ୍କୁ ପ୍ରଶାସନ ବେତନଟି ବ୍ଲକ୍ ଅଞ୍ଚଳ ରେ ଥିବା ବିଦ୍ୟାଳୟ ମାନଙ୍କରେ ରଖି ବିଦ୍ୟାଳୟ ପରିବେଶ ନଷ୍ଟ କରିବା ସହ କୁନି କୁନି ଛତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ସହ ଖେଳ ଖେଳୁଥିବାର ଅଭିଯୋଗ କରିଛନ୍ତି ବେତନଟୀ ବ୍ଲକ୍ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବ୍ଲକ୍ ସଭାପତି ଡମାନ ହେମ୍ରମ।


