ଜିଉଙ୍କ ନେତ୍ରୋତ୍ସବ ଓ ନବ ଯୌବନ ବେଶ ଦର୍ଶନ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଲ୍ୟାଣୀ କ୍ଷେତ୍ର ଠାରେ ଆଜି ଶ୍ରୀ ଜିଉଙ୍କ ନେତ୍ରୋତ୍ସବ ଓ ନବ ଯୌବନ ବେଶ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଦେବସ୍ନାନ ପରେ ଅଣସର ଘରେ ଶ୍ରୀ ଜିଉଙ୍କ ଅସୁସ୍ଥ ହେବାରୁ ତାଙ୍କୁ ସୁସ୍ଥ କରାଯିବା ପରେ ଆଜି ଶ୍ରୀ ଜିଉଙ୍କୁ ରାଜପୁରାହିତ ଵାପିନ ମିଶ୍ର ଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜା ପାଠ କରି ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ଙ୍କୁ ନେତ୍ରରେ କଳା ଲଗାଇଥିଲେ। ଏହାପରେ ଅଣସର ଘରୁ ସେବାୟତ ମାନେ ଶ୍ରୀ ଜୀଉଙ୍କୁ ମଦନମୋହନ କୋଠାକୁ ନେଇ ସୁସଜିତ କରିଥିଲେ। ମଧ୍ୟାହ୍ନ ରେ ଅନ୍ନ ଭୋଗ ଲାଗି କରିବା ପରେ ଶ୍ରୀ ଜିଉଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ରୀତିନୀତି ଅନୁଯାୟୀ ପୂଜା ପାଠ କରିବା ପରେ ଶ୍ରୀ ମନ୍ଦିରର ଦୁଆର ଖୋଲା ଯାଇଥିଲା। ଅପରାହ୍ନରେ ଶ୍ରୀ ଜିଉଙ୍କ ନୂତନ ନବଯୌବନ ବେଶ ଦର୍ଶନ କରିବା ପାଇଁ ଭକ୍ତ ଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ଆସନ୍ତା କାଲି ଶୁକ୍ରବାର ଦିନ ଜିଉଙ୍କ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।