ପାଣି ଢାଳିବାକୁ ଯାଇ ନିଖୋଜ ଯୁବକ ଉଦ୍ଧାର

ହାଟଡିହି(ଓ୍ବାଇଏନଏସ): ପୁରୀକୁ କାଉଡ଼ିଆ ଭାର ନେଇ ପାଣି ଢାଳିବାକୁ ଯାଇଥିବା ବୋଲବମ୍ ଭକ୍ତ ବଞ୍ଚୋ ଗ୍ରାମର ଦୀପକ ଜେନାକୁ ଦୀର୍ଘ ୧ମାସ ପରେ  ଠାବ କରା ଯାଇଛି। ସେ ଗତ ମାସ ନିଖୋଜ ହେବା ନେଇ ବଳିଆ ପଣ୍ଡା ଥାନାରେ ଅଭିଯୋଗ ହୋଇଥଲା। ଗ୍ରାମର କିଛି ଯୁବକ ପାଣି ଢାଳିବାକୁ ଯାଇଥିବା ବେଳେ ଦୀପକ ହଠାତ୍ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। କିନ୍ତୁ ଅନେକ ଦିନ ଧରି ତାଙ୍କର କୌଣସି ଖୋଜ ଖବର ମିଳୁ ନଥିବା ରୁ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଥିଲେ। ଅନେକ ଥର ପୁରୀ ଯାଇ ଖୋଜା ଖୋଜି କରୁଥିଲେ। ଆଜି ପୁରୀର ଏକ ଆଶ୍ରୟ ସ୍ଥଳୀର କର୍ମକର୍ତ୍ତାଙ୍କ ଠାରୁ ସୁଚନା ମିଳିବା ପରେ ଗ୍ରାମର ସୁଧାଂଶୁ ରାଉତ, ମୁକେଶ ରାଉତ, ସୁରେଶ ବରାଳ, ସୁରଞ୍ଜନ ମୁଦୁଲି, ଉମାକାନ୍ତ ପଣ୍ଡା ପ୍ରମୁଖ ପୁରୀ ଯାଇ ତାକୁ ଧରି ଘରକୁ ଫେରୁଥିବା ସୁଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ