ଉଦଘାଟନ ହୋଇନି ମିଶନ ଶକ୍ତି କାଫେ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଚାଲିଛି ଭୋଜିଭାତର ଆସର

ମୋହନା(ଓ୍ବାଇଏନଏସ) ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ  କରିବା ପାଇଁ ମିଶନ ଶକ୍ତି ଦ୍ୱାରା କୋଟି କୋଟି ଙ୍କ ଖର୍ଚ୍ଚ କରି ମିଶନ ଶକ୍ତି କାଫେ ଗୃହ ନିର୍ମାଣ କରାଯାଉଛି। ଯାହା ଦ୍ୱାରା ମହିଳା ମାନେ ସେହି ମିଶନ ଶକ୍ତି କାଫେରେ ଭୋଜନ ବ୍ୟବସ୍ଥା ସହ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରି ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିବେ।  ହେଲେ ଦୁର୍ଭାଗ୍ୟ ର କଥା ନୂତନ ସରକାର ଙ୍କ ଭୟ ରଖୁନାହାନ୍ତି ସରକାରୀ ବାବୁ ମାନେ ।ମିଶନ ଶକ୍ତି କାଫେ ନିର୍ମାଣ ହୋଇଥିବା ବେଳେ ଏହା ସରକାରଙ୍କ ଦ୍ୱାରା ଉଦଘାଟନ ନହେଉଣୁ ଚାଲିଛି ଭୋଜି ଭାତର ଆସର । ଗଜପତି ଜିଲ୍ଲା  ମୋହନା ବ୍ଲକ ସମ୍ମୁଖୀନ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବ୍ଲକ କାର୍ଯ୍ୟାଳୟ ଆଗରେ ନିର୍ମାଣ ହେlଇଥିବା ମିଶନ ଶକ୍ତି କାଫେ ଗୃହ କାମ ସମ୍ପୂର୍ଣ୍ଣ ହୋଇସାରିଛି । କେବଳ ଅପେକ୍ଷା ରହିଛି ସରକାରଙ୍କ ଦ୍ୱାରା ଉଦଘାଟନକୁ। ଏହି କାଫେ ଉଦଘାଟନ ହେଲେ ମହିଳା ମାନେ ଏହାକୁ କାର୍ଯ୍ୟରେ ଲଗାଇବେ । ହେଲେ ସୋମବାର ଦିନ ଉକ୍ତ ଗୃହ ରେ ମୋହନା ବ୍ଲକ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଗା ପଣ୍ଡା ସେଠି ଭୂଜିଭାତ ର ଆୟୋଜନ କରିଥିଲେ । ଭିତରେ ରୋଷେଇ କରି ଖାଇଛନ୍ତି ସତକାରୀ ବାବୁ ମାନେ । ବ୍ଲକ କାର୍ଯ୍ୟାଳୟ ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଭଳି ଜଣେ ବରିଷ୍ଠ ଅଧିକାରୀ ଉଦଘାଟନ ହୋଇନଥିବା ସରକାରୀ କୋଠାରେ କିଭଳି ଭୋଜି ଭାତ କଲେ। ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରୀ ଅଧିକାରୀ କିପରି କାହା ନିର୍ଦେଶରେ ଉକ୍ତ ଗୃହ ଉଦଘାଟନ ନହେଉଣୁ ଭୋଜିଭାତ କଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଧା। ଏହି ବିଷୟରେ ବିଡ଼ିଓ ରାଜୀବ ଦାଶ ଙ୍କୁ ପଚାରିବାରୁ ସେ ଏସମ୍ପର୍କରେ ଅବଗତ ନାହାନ୍ତି ବୋଲି କହିଛନ୍ତି । ସେହିପରି ସ୍ଥାନୀୟ ଯନ୍ତ୍ରୀ ପ୍ରଦ୍ୟୁମ୍ନ ନାୟକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଣ୍ଡା ଙ୍କ ଝିଅ ବିବାହ ପାଇଁ ସେଠି ସେ ରୋଷେଇ କରୁଛନ୍ତି ବୋଲି କହିଛନ୍ତି । ତେବେ ସାଧାରଣ ଲୋକ ଙ୍କୁ ବ୍ୟବହାର ପାଇଁ ମିଳୁନି ମିଶନ ଶକ୍ତି ଗୃହ ।  ଭୋଜି ପାଇଁ କିନ୍ତୁ ସରକାରୀ ଅଧିକାରୀ ନିଜ କବଜା ରେ ରଖି ଭୋଜିଭାତ ର ଆୟୋଜନ କରିଛନ୍ତି ଏହା କେତେ ଦୂର ଠିକ ଖବର ପ୍ରସାରଣ ପରେ ସରକାର କଣ ପଦେକ୍ଷପ ନେଉଛନ୍ତି ତାକୁ ସମସ୍ତଙ୍କ ଅପେକ୍ଷା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ