ମାଛଧରା ବନ୍ଦର ମୁହାଣ ଖନନ କାର୍ଯ୍ୟରେ ଯୋଗଦେଲେ ବିଧାୟକ ଓ ଜିଲ୍ଲାପାଳ

ଛତ୍ରପୁର,(ଓ୍ବାଇଏନଏସ):  ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦରର ମତ୍ସ୍ୟଜିବୀମାନଙ୍କ ଦୀର୍ଘ ଦିନର ସଂଘର୍ଷ ଆଜି ବାସ୍ତବରେ ପରିଣତ ହୋଇଛି।  ମତ୍ସ୍ୟଜିବୀମାନଙ୍କ ଡଙ୍ଗାର ଯାତାୟତ ପାଇଁ ଆଜି ଆଦାନୀ ଗୋପାଳପୁର ବନ୍ଦର ପକ୍ଷରୁ ଅତ୍ୟାଧୁନିକ ଡ୍ରେଜିଂ ମେସିନ ସ୍ଥାପନା ସହ ମୁହାଣ ଖନନ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି ଆଧୁନିକ ଡ୍ରେଜିଂ ମେସିନ ସହଯୋଗରେ ମୁହାଣକୁ ଗଭୀର ସହ ପ୍ରସସ୍ଥ କରାଯିବ। ଏହି ଡ୍ରେଜିଂ ବାଲିକୁ ସମୁଦ୍ର କୂଳ ଲଙ୍ଘୁଥିବା ସ୍ଥାନରେ ବ୍ୟବହାର କରାଯିବ। ଏହି ପଦକ୍ଷେପ ଫଳରେ ମତ୍ସ୍ୟଜିବୀମାନଙ୍କ ସମୁଦ୍ର ପଥ ସୁଗମ ହେବା ସହ ତାଙ୍କର ଜୀବନଜୀବିକାକୁ ଏକ ନୂଆ ଶକ୍ତି ମିଳିବ।  ଏହି ମୁହାଣ ବାଲି ଦ୍ବାରା ପୋତି ହୋଇଯାଉଥିବାରୁ ହଜାର ହଜାର ମତ୍ସ୍ୟଜୀବୀ ମାଛ ମାରିବାକୁ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାହା ମତ୍ସ୍ୟଜୀବୀମାନଙ୍କ ଜୀବନଜୀବିକା ଉପରେ ବିଶେଷ ପ୍ରଭାବ ପକାଉଥିଲା ଆର୍ଯ୍ୟପଲ୍ଲୀ ମାଛଧରା ଜେଟିରେ ଆୟୋଜିତ ଆଜି  ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ  କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ,  ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ପ୍ରଶାନ୍ତ କୁମାର ପାତ୍ର, ଭକ୍ତ ବନ୍ଧୁ ଶତପଥୀ,  ଆଇନଜୀବୀ ପଦ୍ମ ଚରଣ ସାହୁ,  ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ବନୋଜ ନାହାକ, ଏନ. ଦୀନବନ୍ଧୁ,ପି. ରାମବାବୁ,  କେ. ଦାଶରଥି, ଜି. ଜଗନ୍ନାଥ, କେ. ଏଲେୟା, ଵି. ସୀମାଦ୍ରୀ, ଵି. ଭୀମସେନ ଓ ଏମ. ଦିଲ୍ଲୀପ ଙ୍କ ସମେତ ୨୭ଖଣ୍ଡ ଗାଁର ବହୁଭଦ୍ରବ୍ୟକ୍ତି ଏବଂ ମତ୍ସ୍ୟଜିବୀ ମାନେ ଉପସ୍ଥିତ ଥିଲେ।   ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦର ହେଉଛି ଏହି ଅଞ୍ଚଳରେ ବସବାସ କରୁଥିବା  ମତ୍ସ୍ୟଜିବୀମାନଙ୍କ ଏକ ଜୀବନରେଖା ଏବଂ ଅନେକ ଦିନରୁ ମୁହାଣ ଖନନ ପାଇଁ ଦାବି ହେଇଆସୁଥିଲେ ମଧ୍ୟ ଖନନ କାର୍ଯ ହେଇପାରୁନଥିଲା ଆମେ ଧନ୍ୟବାଦ ଦେବୁ  ଛତ୍ରପୁର ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ଆଦାନୀ ଗ୍ରୁପ ତଥା ଗୋପାଳପୁର ବନ୍ଦର କତୃପକ୍ଷ ଙ୍କୁ ଆଜି ଏହି  ଡ୍ରେଜିଂ ମେସିନ ସ୍ଥାପନା ସହ ମୁହାଣ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ