ବଡ଼ରମ୍ପାସ ପଞ୍ଚାୟତ ରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ
ହାଟଡିହି (ଓ୍ବାଇଏନଏସ) : ହାଟଡ଼ିହି ବ୍ଲକ ବଡ଼ରମ୍ପାସ ପଞ୍ଚାୟତରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ସରପଞ୍ଚ ରବୀନ୍ଦ୍ର କୁମାର ଜେନା ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ରଞ୍ଜନ କୁମାର ପରିଡା ପ୍ରମୁଖ ଯୋଗଦେଇ ୨୩ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବିଧାୟକ ଶ୍ରୀ ସେଠୀ ନିଜ ତରଫରୁ ନୂତନ ହିତାଧୀକାରୀ ମାନଙ୍କୁ ଛତା ଓ ଶାଢ଼ୀ ବଣ୍ଟନ କରିଥିଲେ। ସତ୍ୟଭୂଷଣ ସାହୁ,ନିରଞ୍ଜନ ସାହୁ, ସୁଶାନ୍ତ ସେନାପତି, ନାରାୟଣ ଚନ୍ଦ୍ର ବେହେରା, ମହେଶ୍ବର ସୂତାର, ଶ୍ରୀଧର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଡିଇଓ ମାଧବାନନ୍ଦ ସାହୁ, ଅଜୟ କୁମାର ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।