ବଡରମ୍ପାସ ଧାନ ମଣ୍ଡିର ଶୁଭାରମ୍ଭ କଲେ ବିଧାୟକ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଳକ ବଡରମ୍ପାସ ସେବାସମବାୟ ସମିତିରେ ଧାନକ୍ରୟର ଶୁଭାରମ୍ଭ ହୋଇଯାଇଛି। ଏଥି ଲାଗି ଆୟୋଜିତ କାର୍ଯ୍ୟ କ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡ଼ିଆ ଭାଙ୍ଗି ଏହ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନ ମାନଙ୍କ ମଧ୍ୟରେ ସମିତିର ସଭାପତି ନିରଞ୍ଜନ ସାହୁ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବଡ଼ରମ୍ପାସ ସରପଞ୍ଚ ରବିନ୍ଦ୍ର କୁମାର ଜେନା, ପେଡି କମିଟିର ସଭାପତି ବଳରାମ ସାହୁ, ସମିତିର ନିର୍ଦ୍ଦେଶକ ନାରାୟଣ ସାହୁ, ନାରାୟଣ ବେହେରା,  ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ  ସମିତିର ସମ୍ପାଦକ ଦେବାଶିଷ ଧଳ, ସହସମ୍ପଦକ ବିଦ୍ୟାଧର ନାହାକ, ଲେଜର କ୍ଲର୍କ ମନୋଜ ରଞ୍ଜନ ସାହୁ, ଡିଇଓ ଦିଲିପ କୁମାର ସ୍ୱାଇଁ, ରଙ୍ଗାଧର ଦାସ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସମିତିର  ସମସ୍ତ ନିର୍ଦେଶକ ଓ ଚାଷୀ କମିଟି ସଦଦସ୍ୟମାନେ ଯୋଗଦେଇଥିଲେ । ଚାଷୀମାନଙ୍କ ନିକଟରୁ କିପରି ସହଜ ଭାବେ ଧାନ କିଣାଯାଇ ପାରିବ ସେନେଇ  ବିଧାୟକ ଗୁରୁତ୍ୱ ଦେଇଥିଲେ ।ଏଥିରେ ସମିତିର ନିର୍ଦ୍ଦେଶକ  ସତ୍ୟଭୂଷଣ ସାହୁ, ମନ୍ମଥ ସ୍ବାଇଁ, ସଞ୍ଜୟ ସାହୁ, ଶେଷଦେବ ଧଳ, ହେମନ୍ତ ସାହୁ, ସନ୍ତୋଷ ଜେନା, ଅରବିନ୍ଦ ଜେନା, ଅନୁପମା କାଳନ୍ଦୀ ସାହୁ, ଚାଷୀ ଶ୍ରୀଧର ସାହୁ, ପ୍ରସାନ୍ତ କୁମାର ସାହୁ, ଦେବେନ୍ଦ୍ର ଜେନା, ଗଦାଧର ସ୍ୱାଇଁ, ଅଲେଖ ପାତ୍ର, ମହେଶ୍ଵର ସୂତାର, ଅଭୟ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଧାନ କିଣା ନେଇ କୌଣସି ଟାର୍ଗେଟ ଆସି ନଥିବା ବେଳେ କୌଣସି ମିଲର ଙ୍କୁ ମଧ୍ୟ ଟ୍ୟାଗ କରାଯାଇ ନଥିବାରୁ ଚାଷୀଙ୍କ ଠାରୁ ଧାନ କିଣାରେ ବିଳମ୍ବ ବିଳମ୍ବ ହେବ ବୋଲି ଜଣା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ