ଆମ୍ବୁଲାନ୍ସ ଓ ମହାଯାତ୍ରା ଗାଡିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୁଇ ଗୋଟି ଆମ୍ବୁଲାନ୍ସ ଓ ଗୋଟିଏ ମହାଯାତ୍ରା ଗାଡି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ଆମ୍ବୁଲାନ୍ସ ଓ ମହାଯାତ୍ରା ଗାଡି ମଙ୍ଗଳବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ମଣ୍ଡୁଆଠାରେ ଥିବା ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବାରିକ ଏହି ଅବସରରେ ପ୍ରକାଶ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସ୍ୱତନ୍ତ୍ର ଅଧିକାରୀ ହିମାଂଶୁ ଶେଖର ସାହୁ ଏହା ପୂର୍ବରୁ ଲୋକଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆମ୍ବୁଲାନ୍ସ ଓ ମହାଯାତ୍ରା ଗାଡି ଦେବା ପାଇଁ କହିଥିଲେ। ଏହା ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ସହ ଯେ କୌଣସି ବ୍ୟକ୍ତି ଏହା ବ୍ୟବହାର କରିପାରିବେ। ଏହି ଲୋକାର୍ପଣ ଉତ୍ସବରେ କେନ୍ଦୁଝର ଲୋକସଭା ସଦସ୍ୟ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ