ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାର୍ଥା ଓ ଛାନୁଆ ପଂଚାୟତରେ ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ବିକାଶର ପଥ ପ୍ରଶସ୍ତ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ପଂଚାୟତ ସମିତି ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ସାର୍ଥା ପଂଚାୟତର ଚକ ସାର୍ଥା ଗ୍ରାମରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ମେଘା ଚକ ମା ମନସା କମ୍ୟୁନିଟି ସେଣ୍ଟର, ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ହଲଦିଗୁଡ଼ି ଗିରିସାହି ଦୋଳଗୋବିନ୍ଦଜୀଉ କମ୍ୟୁନିଟି ସେଣ୍ଟର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ଲକ୍ଷ ଟଙ୍କା ସହିତ ୩ଲକ୍ଷ ୩୧ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ମାନସ ସାହୁ ଘର ଠାରୁ ଧଡା ସାହି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସାର୍ଥା ଗ୍ରାମର ବାବା ବାଣେଶ୍ୱର ମନ୍ଦିରର ଭୋଗ ମଣ୍ଡପ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ଲକ୍ଷ ଟଙ୍କା ସହିତ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସାର୍ଥା ଗ୍ରାମର ନିଶାକର ଦଳେଇ ଘର ଠାରୁ ବିଦ୍ୟାଧର ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ୩ ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ରାଧାକୃଷ୍ଣ କମ୍ୟୁନିଟି ସେଣ୍ଟର ପ୍ରଭୃତି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେହିପରି ଛାନୁଆ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଅନ୍ତର୍ଗତ ୬ଲକ୍ଷ ୩୭ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଛାନୁଆ ହାଇସ୍କୁଲର ଡାଇନିଂ ହଲ, ୩ଲକ୍ଷ ୭୮ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ବଂଶୀଧର ଜେନା ଘର ଠାରୁ ବିମଳ ପାତ୍ର ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ବ୍ରାହ୍ମଣଦା ଗ୍ରାମରେ ୩ଲକ୍ଷ ୪୨ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ମା ଶୀତଳା ମଣ୍ଡପ ଠାରୁ ପୂର୍ଣ୍ଣଚନ୍ଦ୍ର ବେରାଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ଛାନୁଆ ଗ୍ରାମରେ ୪ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ମା କାମଚଣ୍ଡୀ ମନ୍ଦିର ପାଖରେ ଖୋଲା ଜିମ୍ ସେଣ୍ଟର, ନିଲଦା ଗ୍ରାମରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ତ୍ରିଲୋଚନ ପ୍ରଧାନଙ୍କ ଘର ଠାରୁ ଶନି ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଓ ନାଳ ନିର୍ମାଣ, ବିଧାୟକଙ୍କ ହାତ ପାଣ୍ଠିରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ କୁନି ମାରାଣ୍ଡିଙ୍କ ଘର ଠାରୁ ଜିତରାୟ ସୋରେନଙ୍କ ଘର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଭଦ୍ରସିଆରେ ପଞ୍ଚାୟତ ପୋଖରୀ ପକ୍କା ଘାଟ, ୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ନାଳିଆ ଗଡିଆ ହାଇସ୍କୁଲ ଗାର୍ଡ ୱାଲ ନିର୍ମାଣ ପ୍ରଭୃତି ପ୍ରକଳ୍ପର ଶିଳାନ୍ୟାସ କରଯାଇଛି। ରାଜ୍ୟର ଲୋକପ୍ରିୟ ତଥା ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ସର୍ବଦା ପ୍ରୟାସରତ ଅଛନ୍ତି ବୋଲି ସେ ଏହି ଅବସରରେ ମତ ଦେଇଛନ୍ତି । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଲୋକନାଥ ଭୂୟାଁ, ତରୁଣ ଦୁଆରୀ, ଅରବିନ୍ଦ ଜେନା, ଭୁଦେବ ସାହୁ, ବିଷ୍ଣୁ ଧିଣ୍ଡା, ଭାଗ୍ୟଧର ଦାସ, ବିଜୟ କୁମାର ନାୟକ, ବିଜୟ କୁମାର ଦାସ, ମଞ୍ଜୁ ଗାୟନ, ନିଶ୍ଚିନ୍ତ ବେହେରା, ସୁକୁମାର ଦିନ୍ଦା, ବରେନ୍ଦ୍ର ପାଣି, ବେଣୁଧର ବେହେରା, ହରିଶ୍ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ମନ୍ତ୍ରୀ, ସୁବାସ ଚନ୍ଦ୍ର ବେହେରା, ଚନ୍ଦନ ନାୟକ, ସତ୍ୟରଞ୍ଜନ ପାତ୍ର, ଅଞ୍ଜନ କୁମାର ସାହୁ, ମହେଶ୍ୱର ଦାସ, ହରିପଦ ମୁଖୀ, କରୁଣାକର ନାୟକ, ଗଦାଧର ଦାସ, ଶ୍ରୀକାନ୍ତ ପାତ୍ର, ପୁଲକ ଚନ୍ଦ୍ର ଜେନା ପ୍ରମୁଖ ସ୍ଥାନୀୟ ଅଞ୍ଚଳବାସୀ ପଂଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି । ନିର୍ବାଚନ ସମୟର ପ୍ରତିଶୃତି ରକ୍ଷା କରିବାକୁ ବିଧାୟକ ମାନସ ଦତ୍ତଙ୍କ ପଦକ୍ଷେପକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି ।


