ବ୍ଲକ ଉପାଧ୍ୟକ୍ଷଙ୍କୁ ଭେଟିଲେ ବିଧାୟକ
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକର ଉପାଧ୍ୟକ୍ଷ ରତିକାନ୍ତ ରାଉତ ଡ଼ାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି। ସେ ୭ଦିନ ହେଲା ଏମ୍ସ ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ଡ଼ାକ୍ତରଖାନାରୁ ଫେରିବା ପରେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଅଞ୍ଜନା ବାରିକ୍, ମାନସ ବାରିକ, ରମେଶ ସାହୁ, କବିନ୍ଦ୍ର ଖୁଣ୍ଟିଆ, ପ୍ରସନ୍ନ ସାହା, ପପୁ ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଭୁବନେଶ୍ୱର ବାସଭବନରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟ ବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।