ବଳଭଦ୍ରପୁର ଗ୍ରାମର ଅଗ୍ନି ବିପନ୍ନଙ୍କୁ ଭେଟିଲେ ବିଧାୟକ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାରର ୫ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା। ଏଥିରେ କୋଡିଏ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ପଙ୍କଜ ସେଠୀ, ଜଗନ୍ନାଥ ସେଠୀ, ମନୋଜ ସେଠୀଙ୍କ ପରିବାର ଲୋକେ ଶୋଇଥିବା ବେଳେ ରାତି ଦୁଇଟା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବିପନ୍ନ ପରିବାର ଗୁଡ଼ିକଙ୍କ ପିନ୍ଧା ବସ୍ତ୍ର ବ୍ୟତିତ ଆଉକିଛି ଉଦ୍ଧାର ହୋଇପାରିନଥିଲା। ଖବର ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବିପନ୍ନ ଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିପନ୍ନ ପରିବାରଙ୍କୁ କିପରି ଅଧିକ ସହାୟତା ଯୋଗାଇ ଦିଆଯିବ ସେନେଇ ବିଡ଼ିଓ ଓ ତହସିଲଦାର ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ତାଙ୍କ ସହିତ ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ଅମରେନ୍ଦ୍ର ଧଳ, ଜିଲ୍ଲା ବିଜେଡି ସମ୍ପାଦକ ବିରେନ୍ଦ୍ର କୁମାର ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦୀପ୍ତି ରଞ୍ଜନ ଦାସ, ନିର୍ମଳ ସେଠୀ, ଅମୁଲ୍ୟ ଶଙ୍ଖୁଆ, ଅଜୟ ଜେନା, ଅମରବର ସେଠୀ, ବ୍ରହ୍ମାନନ୍ଦ ଜେନା, ଗୌରାଙ୍ଗ ଚରଣ ସା, ପରେଶ ପାତ୍ର, ବାବାଜି ସାହୁ, ଆଦିକନ୍ଦ ଜେନା, ବିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


