ସଡକ ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା କଲେ ବିଧାୟକ
ହାଟଡିହି (ଓ୍ବାଇଏନଏସ): ସଡକ ଦୁର୍ଘଟଣାରେ ଆହତ ହେଇଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା କରାଇଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ବିଧାୟକ ଶ୍ରୀଯୁକ୍ତ ସେଠୀ କେନ୍ଦୁଝରରୁ ଫେରିବା ବାଟରେ ଅଣା ସମଣା ରାସ୍ତାର ବଡରମ୍ପାସ ନିକଟରେ ନୂଆରମ୍ପାସ ଗ୍ରାମର ଭକ୍ତ ଚରଣ ଜେନା ନାମକ ଜଣେ ବ୍ୟକ୍ତି ରାସ୍ତା ଦୁର୍ଘଟଣାରେ ଆହାତ ହୋଇଥିଲେ। ରାସ୍ତା କଡ଼ରେ ପଡ଼ିଥିବା ଦେଖି ବିଧାୟକ ଶ୍ରୀଯୁକ୍ତ ସେଠୀ ଓ ତାଙ୍କ ପିଏସଓ ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ଭକ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସହିତ ତାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ବିଧାୟକ ଙ୍କ ଏପରି ସେବା ମନୋବୃତ୍ତିକୁ ସାଧାରଣରେ ପ୍ରଶଂସା କରାଯାଉଛି।


