ବିସ୍ଥାପିତ କଲୋନୀ ବୁଲି ସ୍ଥିତି ପରଖିଲେ ବିଧାୟକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) କାନପୁର ବୃହତ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ବାସିନ୍ଦାମାନଙ୍କର ନୂତନ କଲୋନୀ ବୁଲି ସେମାନଙ୍କର ସୁବିଧା ଅସୁବିଧା ବୁଝିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ । ତାଙ୍କ ସହିତ ପ୍ରକଳ୍ପ ଅଧିକାରୀ,ନିର୍ମାଣ ବିଭାଗ ଅଧିକାରୀ ରହିଥିବାବେଳେ ଚମକପୁର ବିସ୍ଥାପିତମାନେ ରହୁଥିବା ନୂତନ କଲାନୀ ଆଙ୍ଗୁଳିଆ, ଚେଭେନ୍ସାପୁର(କ)ର ବାସିନ୍ଦାମାନେ ରହୁଥିବା ନାରଦପୁର ବିସ୍ଥାପିତ କଲୋନୀ,ରୁଗୁଡି ବିସ୍ଥାପିତମାନେ ରହୁଥିବା ଜଗନ୍ନାଥପୁର କଲୋନୀ, ରେଭେନ୍ସାପୁର(ଖ) ର ବାସିନ୍ଦାମାନେ ରହୁଥିବା ଧୋବାକୁଚୁଡା କଲୋନୀ, ଲଣଗୁଣ୍ଠାଣୀ ବିସ୍ଥାପିତମାନଙ୍କର ରୁଗୁଡି କଲୋନୀ, ଶଙ୍କରପୁର, ରଘୁଆଳ ସାହି ବିସ୍ଥାପିତ କଲୋନୀ ବୁଲି ସେମାନଙ୍କର ପିଇବା ପାଣିର ବ୍ୟବସ୍ଥା,ରାସ୍ତାଘାଟ,ପ୍ରାଥମିକ ବିଦ୍ୟାଳୟ,ବିଦ୍ୟୁତକରଣ ପ୍ରମୁଖ ରହିଥିବା ସମସ୍ୟା ସବୁ ବୁଲି ଦେଖିଛନ୍ତି ।


