ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ବିଧାୟକ
ପାତ୍ରପୁର(ଓ୍ବାଇଏନଏସ):ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ପାତ୍ରପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ପାତ୍ରପୁର ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ,ମିଶନ ଶକ୍ତି କାର୍ଯ୍ୟାଳୟର ଶୁଭ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାତ୍ରପୁର ବ୍ଳକ ଅଧ୍ୟକ୍ଷା ୱାଇ ସଞ୍ଜୁକ୍ତା ରେଡି, ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ,ପୁର୍ବତନ ସମିତି ସଭ୍ୟା ତଥା ନାରୀନେତ୍ରୀ ମିନା ଦ୍ୟାନ ସାମନ୍ତରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମନ ଚରଣ ସୋରେନ, ସହକାରୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ, ନାଏବ ସରପଞ୍ଚ ସୁଜ୍ଞାନୀ କୁମାରୀ ଡାକୁଆ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପାଇଁ ପ୍ରଥମେ ବିଧାୟକଙ୍କ ବାସଭବନ ଠାରୁ ବଡ଼ ପଟୁଆରରେ ବାହାରି ପାତ୍ରପୁର ମୁଖ୍ୟ ରାସ୍ତାରେ ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ପହଞ୍ଚି ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିଛନ୍ତି ବିଧାୟକ। ପରବର୍ତ୍ତୀ ସମୟରେ କୁମ୍ଭାର ସାହି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ,ତୁଳସା ଦେବୀ ବାଳିକା ଉଛ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରୁ ଜରଡା ମଣ୍ଡଳ ସଭାପତି ଅଜିତ ପ୍ରଧାନ ବହୁ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟାଙ୍କ ସହିତ ବହୁ କର୍ମୀ ସାମିଲ ଥିଲେ। ଅପରାହ୍ନ ରେ ବାହୁଦା ଜଳସେଚନ ବିଭାଗ ଡାହାଣ ପାର୍ଶ୍ଵ କେନାଲ ର ବାଦପୁର୍ ଜୟନ୍ତୀପୁର ରାସ୍ତାର ପୁନଃରୁଦ୍ଧାର କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚିକିଟୀ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର,ସହକାରୀ ଯନ୍ତ୍ରୀ ଜଗଦୀଶ ସେଠୀ ଉପସ୍ଥିତ ଥିଲେ । ଏହା ପରେ ସୀମାନ୍ତ ସୁନାଖଳା ପୁରୋହିତ ଜନାର୍ଦ୍ଦନ ବିଦ୍ୟାପୀଠ ର ନୂତନ ଶ୍ରେଣୀ ଗୃହ ଓ ପାଚେରୀ ନିର୍ମାଣ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ । ଚିକିଟି ବିଧାୟକଙ୍କ ଆଜିର ଗସ୍ତ ବେଳେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।