ଏକାଧିକ ଜନ କଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ବାଲେଶ୍ବର(ସରୋଜ ପଣ୍ଡା): ପୂର୍ବ ପ୍ରତିଶୃତି ଅନୁଯାୟୀ ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ମାନସ କୁମାର ଦତ୍ତ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ବାଲେଶ୍ୱର ପୌରପାଳିକାର ୧ନଂ ୱାର୍ଡରେ ବିଭିନ୍ନ ଜନକଲ୍ୟାଣକାରୀ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଦେଇଛନ୍ତି ବିଧାୟକ ଶ୍ରୀ ଦତ୍ତ। ପ୍ରଥମେ ପୁରୁଣା ବାଲେଶ୍ୱର ସ୍ଥିତ ବାବା ବାଣେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀର ପ୍ରୋଟେକସନ ୱାଲ ନିର୍ମାଣର ଶୁଭ ଦେଇଥିଲେ ବିଧାୟକ ଶ୍ରୀ ଦତ୍ତ ପୌରପାଳିକାର ୨୦୨୪-୨୫ ଆର୍ôଥକ ବର୍ଷ ଡିଭୋଲ୍ୟୁସନ ଫଣ୍ଡ ଅନୁଦାନ ପାଣ୍ଠିରୁ ୧୯ଲକ୍ଷ ୯୫ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ବାଳିକା ସ୍କୁଲ ଠାରୁ କନକ ଦୂର୍ଗା ମନ୍ଦିର ପର୍ଯ୍ୟନ୍ତ ନିର୍ମାଣ ହେବ ଏହି ପ୍ରକଳ୍ପ । ପରେ ୩୨ଲକ୍ଷ ୩୪ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ପଥର ଘାଟ ରାସ୍ତା ଓ ୧୩ ଲକ୍ଷ ୬୫ ହଜାର ଟଙ୍କା ୧ନଂ ୱାର୍ଡର ସଦାନନ୍ଦ ଓଝାଙ୍କ ଘର ଠାରୁ ସୁଶୀଲ ଦାସଙ୍କ ଘର ପର୍ଯ୍ୟନ୍ତ ପେଭର ବ୍ଲକ ରାସ୍ତା ଓ ନାଳ ନିର୍ମାଣ ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଥିଲା । ସମସ୍ତ ପ୍ରକଳ୍ପକୁ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । କାଉନସିଲର ସସ୍ମିତା ନାଥଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରଧ୍ୟକ୍ଷା ସବିତା ସାହୁ ଉପସ୍ଥିତ ରହି ପୌରାଂଚଳର ଜନସାଧାରଣଙ୍କ ଦାବି ମୁତାବକ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଥିବା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ନିର୍ଲିପ୍ତା ମହାନ୍ତି, ପୌର ଯନ୍ତ୍ରୀ ସୀମାଂଚଳ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ନାୟକ ଓ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ବେହେରାଙ୍କ ସମେତ କାର୍ତ୍ତିକ ନାଥ, ଗୌରାଙ୍ଗ ଦାସ, ରାଜେନ୍ଦ୍ର ଚାଟାର୍ଜୀ, ମନ୍ମଥ ପାତ୍ର, କାର୍ତ୍ତିକ ନାଥ, ଅନନ୍ତ ନାୟକ, ଦିଲ୍ଲୀପ ମାଝୀ, ଭରତ ନାୟକ, ରାମଚନ୍ଦ୍ର ମାଝୀ, ସୁକାନ୍ତ ଖଟୁଆ, ସାଦବ ଦାସ, ଗଜେନ୍ଦ୍ର ବେହେରା, ଧିରଜ ମହାନ୍ତି, ବିଶ୍ୱଜିତ ଖଟୁଆ, ହରେନ ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଧାୟକ ଓ ପୌରାଧ୍ୟକ୍ଷା ବାବା ବାଣେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା ସହ ବାଲେଶ୍ୱରବାସୀଙ୍କ ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ରହି ଗ୍ରାମବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣରେ ପ୍ରୟାସ ଓ ପଦକ୍ଷେପ ପାଇଁ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ