ଆଧ୍ୟାତ୍ମିକ ମହୋତ୍ସବରେ ବିଧାୟକଙ୍କ ଯୋଗଦାନ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମରେ ଆଧ୍ୟାତ୍ମିକ ମହୋତ୍ସବ ଶୁଭାରମ୍ଭ ହୋଇଯାଇଛି।ବୈଶାଖ ଶୁକ୍ଳ ଦଶମୀ ତିଥି ଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ର ୨ ୟ ଦିବସ ବୁଧବାର ଠାରୁ ଗ୍ରାମର ଶ୍ରୀ ଧବଳେଶ୍ଵର ଶୈବପୀଠ ପରିସରରେ ଶ୍ରୀ ହନୁମାନ ଙ୍କ ପ୍ରତିମୂର୍ତ୍ତି ଏବଂ ବୃଷଭ ପ୍ରତିଷ୍ଠା ନିମନ୍ତେ ସକାଳେ ସୂର୍ଯ୍ୟପୂଜା,ବ୍ରାହ୍ମଣ ବରଣ,ଅଗ୍ନି ସଂସ୍କାର,ଅଭିଷେକ ପରେ ନାମଯଜ୍ଞ ଶୁଭାରମ୍ଭ ହୋଇଛି।ସନ୍ଧ୍ୟାରେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଗ୍ରାମରେ ପହଞ୍ଚିବା ପରେ ପଞ୍ଚାୟତ ପକ୍ଷରୁ ସରପଞ୍ଚ ଏମ.ଶ୍ୟାମଘନ ଏବଂ ଗ୍ରାମବାସୀ ବୃନ୍ଦ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇବା ପରେ ଶୋଭାଯାତ୍ରା ରେ ଯଜ୍ଞ ସ୍ଥଳ କୁ ପାଛୋଟି ନେଇଥିଲେ।ବିଧାୟକ ସେଠାରେ ପୂଜାର୍ଚ୍ଚନା କରିବା ପରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ଫେରିଥିଲେ। ଏହି ଆଧ୍ୟାତ୍ମିକ ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ଘୃତଯଜ୍ଞ ବୈଶାଖ ଶୁକ୍ଳ ଦ୍ଵାଦଶୀ ତିଥି ଶୁକ୍ରବାର ଅପରାହ୍ନ ରେ ପୂର୍ଣ୍ଣାହୁତି ହେବ ବୋଲି ମହୋତ୍ସବ କମିଟିର କର୍ମକର୍ତ୍ତା ବୃନ୍ଦ ଜଣାଇଛନ୍ତି।ଏହି ଆଧ୍ୟାତ୍ମିକ ମହୋତ୍ସବ ନିମନ୍ତେ ସମଗ୍ର ଗ୍ରାମ ଉତ୍ସବ ମୁଖର ହୋଇଛି।ଦୂର ଦୁରାନ୍ତ ରେ ରହୁଥିବା ବହୁ ସଂଖ୍ୟକ ଗ୍ରାମବାସୀ ପରିବାର ସହ ଗାଁ ରେ ପହଞ୍ଚିଛନ୍ତି।ପ୍ରତିଦିନ ଶୈବପୀଠ ରେ ନାମଯଜ୍ଞ, ଘୃତଯଜ୍ଞ ଏବଂ ଅନ୍ନଯଜ୍ଞ ରେ ଗ୍ରାମ ସମେତ ଆଖପାଖ ଗ୍ରାମାଞ୍ଚଳ ର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଛି।


