ଅବ୍ୟବସ୍ଥାରେ ଚାଲିଛି ସାଇସୁର୍ଣି ଅଙ୍ଗନୱାଡ଼ି କେନ୍ଦ୍ର

ଥୁଆମୂଳ ରାମପୁର: (ରଥ ଦୁରଆ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମ ପଞ୍ଚାୟତ ସାଇସୁର୍ଣି ଅଙ୍ଗନୱାଡ଼ି କେନ୍ଦ୍ର ର ଅବସ୍ଥା ସଙ୍କଟାପନ୍ନ। ଦାବ୍ରିଗୁଡ଼ା,ସାଇସୂର୍ଣୀ, କୁରକୁଟି କୁ ନେଇ ୨୫ ଟି ଶିଶୁକୁ ନେଇ  ସାଇସୁର୍ଣି ଠାରେ ଅଛି ଅଙ୍ଗନୱାଡ଼ି କେନ୍ଦ୍ର ଏଠାରେ  ହେଲେ ଏଠାରେ ଶୌଚାଳୟ ଭାଙ୍ଗିଯାଇ ଦରଦରା ହୋଇଯାଇଥିବା ବେଳେ ଲାଟ୍ରିନ୍ ଟାଙ୍କି ଫାଟି ଆଁ କରିଛି । ପାନୀୟ ଜଳ ସମସ୍ୟା ଅହରହ ରହିଆସୁଥିବା ବେଳେ ପିଲା ମାନଙ୍କ ନିମନ୍ତେ  ଖିଲେଇବା ପାଇଁ ଅଣଓସାରିଆ ଜାଗା ମଧ୍ୟ ନାହିଁ । କାନ୍ଥରୁ ପ୍ଲାଷ୍ଟର ଛାଡିଆସୁଥିବା ବେଳେ ବର୍ଷାଦିନେ ଛାତରୁ ଗଲୁଚି ପାଣି । ଅଭଲି ଅଭିଯୋଗ ଆଣିଛନ୍ତି ସାଇସୁର୍ଣି ଅଙ୍ଗନୱାଡ଼ି କେନ୍ଦ୍ର ର ଅଭିଭାବକ ମାନେ। ନିୟମିତ କିଶ୍ୱରି ବାଳିକା ମାନଙ୍କ ନିମନ୍ତେ ଅଣ୍ଡା ଗର୍ଭବତୀ ମହିଳାଙ୍କୁ ପାଇଁ ପୃଷ୍ଟିକର ଖାଦ୍ୟ  ଛତୁଆ  ଅତ୍ୟଧିକ ଦାନା ଆସୁଥିବା  ଲୋକେ ଅଭିଯୋଗ ଆଣିଛନ୍ତି।   ଉତ୍ତମ ଛତୁଆ ଯୋଗାଇଦେବା ପାଇଁ ଲୋକେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ପାନୀୟ ଜଳର ସମସ୍ୟା ସମାଧାନ, ଛାତ ମରାମତି ଶୌଚାଳୟ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରୁଛି ଏବଂ ଏହାର ତଦନ୍ତ କରି  ସମାଧାନ ଦିଗରେ ଧ୍ୟାନ ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ