ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟକୁ ବିଧାୟକଙ୍କ ଗସ୍ତ
ନାଉଗାଁ(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟକୁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଅଚାନକ ଗ୍ରସ୍ତ କରିଥିଲେ। ମହାବିଦ୍ୟାଳୟରେ ପହଂଚବା ପରେ ଅନେକ ଅଧ୍ୟାପକ ଓ କର୍ମଚାରୀ ଅନୁପସ୍ଥିତ ରହିଥିଲେ। ବିଧାୟକଙ୍କ ଆସିବା ଶୁଣିବା ପରେ ଅଧାପକ କର୍ମଚାରୀମାନେ ଆସି ମହାବିଦ୍ୟାଳୟୟରେ ପହଂଚିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କ ସହ ମହାବିଦ୍ୟାଳୟର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ପରେ ମହାବିଦ୍ୟାଳୟରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିବା ସହିତ ବିଡିଓ ନିରଞ୍ଜନ ପରିଡାଙ୍କୁ ଏହି ସବୁୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଦାସ ମହାବିଦ୍ୟାଳୟକୁ ୩ ଗୋଟି ୮୦ ଲିଟର କ୍ଷମତା ସମ୍ପନ୍ନ ଆକ୍ୱାଗାର୍ଡ, ହାଇମାସ୍କ ଲାଇଟ, ଷ୍ଟାପ କମନ ରୁମକୁ ଶୀତତାପ ନିୟନ୍ତ୍ରିତ କକ୍ଷ ସହିତ ୧୫ଲକ୍ଷ ଟଙ୍କାର ଅନୁଦାନ ପାଣ୍ଠି ଯୋଗାଇ ଦେବା ପାଇଁ କହିଛନ୍ତି। ସେହିପରି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ପାଠପଢା ଓ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ। ମହାବିଦ୍ୟାଳୟରେ ମିନି ଷ୍ଟାଡିୟମ ଓ କନଫରେନ୍ସ ହଲ ନିର୍ମାଣ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ।