ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଗୋଶାଳା: ମନ୍ତ୍ରୀ

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା । ଭୁବନେଶ୍ବରର ବୁଲା ଗାଈ ଗୋରୁ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ, ଜମି ଚିହ୍ନଟ ସରିଛି’ । ଗୋରୁଙ୍କ ଗୋବର, ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାର କରାଯିବ’। ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋଶାଳା ହେଉଛି’ ।ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ରଜ୍ୟର ବିଭିନ୍ନ ସ୍ଥାନରେ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି । ସେହିପରି ସହରାଞ୍ଚଳ ଗୁଡିକରେ ରାଜରାସ୍ତାରୁ ଗାଈଗୋରୁଙ୍କୁ ହଟାଇବା ପାଇଁ ୫ ଟି ସ୍ଥାନରେ ଗୋଶାଳା କରାଯାଉଛି । ରାସ୍ତାରେ ଦୁର୍ଘଟଣା ଉଭୟ ଲୋକ ଏବଂ ଗାଈ ଗୋରୁ ଆଘାତ ପାଇ ପ୍ରାଣ ହରାଉଛନ୍ତି । ସରକାର ଏନେଇ ସମ୍ବେଦନଶୀଳ ଅଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ