ଓଡ଼ିଶା ସ୍କୁଲଅଫ୍ ଇଞ୍ଜିନିୟରିଂ’ର ଆଧୁନିକୀକରଣ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଜ୍ୟର ଏକ ଖଣି ସମୃଦ୍ଧ ଜିଲ୍ଲା। ତେଣୁ ମାଇନିଂ ଇଞ୍ଜିନିୟରିଂ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନପାଇଁ୧୯୫୬ ମସିହାରେ ଓଏସଏମଇସ୍ଥାପନ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଏହି ବୈଷୟିକ ଶିକ୍ଷାନୁଷ୍ଠାନ ‘ମାଇନିଂ ଇଞ୍ଜିନିୟରିଂ’ ବିଷୟରେ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରିବାରେ ପୂର୍ବ ଭାରତରେ ପ୍ରଥମ।  ଏବେ ଏହି ଶିକ୍ଷାନୁଷ୍ଠାନରେମାଇନିଂଇଞ୍ଜିନିୟରିଂ ସହିତ ୮ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ରାଜ୍ୟ ସରକାରଙ୍କ ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଯୁବପିଢ଼ିଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। ତା’ ଭିତରେ ଓଏସଏମଇ ଭଳି ବୈଷୟିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ ହୋଇପାରିଛି। ଏଥିରେ ଓମ୍ବାଡସି ପାଣ୍ଠିର ଯୋଗଦାନ ରହିବା ଫଳରେ ଏହି ଶିକ୍ଷା ଅନୁଷ୍ଠାନ ଆଜି ନୂଆ ରୂପ ପାଇଛି। ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ନୂଆ ଉଚ୍ଚତାକୁ ଯିବା ସହିତ ସେମାନେ ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଉଛନ୍ତି,’’ କହିଛନ୍ତି ଓଏସଏମଇର ଅଧ୍ୟକ୍ଷ ଇଞ୍ଜିନିୟର କୃଷ୍ଣଚନ୍ଦ୍ର ରାଉତ।ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଧୁନିକ ଶିଳ୍ପ ସଂସ୍ଥା ପାଇଁ ଦକ୍ଷ ମାନବ ସମ୍ବଳର ଚାହିଦା ରହିଛି। ଏଥିଲାଗି ଓଏସଏମଇ କଲେଜର ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ବିଶ୍ୱସ୍ତରୀୟ କରିବା ପାଇଁ ଓମ୍ବାଡସି ପାଣ୍ଠିସହାୟତାରେବିଭିନ୍ନଲାବୋରେଟେରିକୁ ଆଧୁନିକ ରୂପ ଦିଆଯିବା ସହିତ ବିଭିନ୍ନ ଉପକରଣ ଦିଆଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ଥିଓରି ସହିତ ହ୍ୟାଣ୍ଡ୍ସ-ଅନ୍-ପ୍ରାକ୍ଟିସର ସୁବିଧା ପାଉଛନ୍ତି।ଓମ୍ବାଡସି ସହାୟତାରେ ମାଇନିଂ ଇଞ୍ଜିନିୟରିଂ, ଡ୍ରିଲ ଇଞ୍ଜିନିୟରିଂ, ମାଇନ ସର୍ଭେ, ମେଟାର୍ଲଜି ଏବଂ ଆଇଟି ଲ୍ୟାବର ଆଧୁନିକୀକରଣ କରାଯାଇଛି। ଅଟୋ କ୍ୟାଡ୍, ମ୍ୟାଟ୍ଲାବୋରେଟୋରି ଏବଂ ମାଇନିଂ ମ୍ୟୁଜିୟମ ସ୍ଥାପନ କରାଯିବା ସହ ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗ ପାଇଁ ଆବଶ୍ୟକ କମ୍ପ୍ୟୁଟର ଏବଂ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଛି।  ସେହିପରି ଓଏସଏମଇ ପରିସରରେ ଥିବା ଲାଇବ୍ରେରିକୁ ନୂଆ ରୂପ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ବିଭିନ୍ନ ପାଠ୍ୟପୁସ୍ତକ ରଖାଯାଇଛି। ତା’ଛଡ଼ା ଏଠାରେ କମ୍ପ୍ୟୁଟର ଓ ଇଣ୍ଟରନେଟ ବ୍ୟବସ୍ଥା ହେବା ଫଳରେ ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରମୁଖ କମ୍ପାନିରେ ବ୍ୟବହାର ହେଉଥିବା ନୂତନ ଜ୍ଞାନକୌଶଳ ବିଷୟରେ ଜାଣିପାରୁଛନ୍ତି।  ଛାତ୍ରଛାତ୍ରୀଙ୍କୁ ଶରୀରିକ ଭାବେ ଫିଟ୍ ରଖିବା ଲାଗି କ୍ରୀଡ଼ା ଓ ବ୍ୟାୟାମର ଆବଶ୍ୟକ ରହିଛି। ଏଥିପାଇଁ ଓଏସଏମଇ ପରିସରରେ ଖେଳପଡ଼ିଆର ଉନ୍ନତିକରଣ ସହିତ ଆଧୁନିକ ଜିମ ସୁବିଧା କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟର ବ୍ୟବସ୍ଥା ହୋଇଛି। ଓମ୍ବାଡସି ସହାୟତାରେ ଓଏସଏମଇ ଶିକ୍ଷାନୁଷ୍ଠାନରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ହେବା ଫଳରେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରୁ ଦକ୍ଷ ଯୁବ ମାନବ ସମ୍ବଳ ସୃଷ୍ଟି ହେଉଛନ୍ତି। ଏଠାରୁ ତାଲିମ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ସୁଯୋଗ ପାଉଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ