ମୋହନା ମହୋତ୍ସବ ଉଦଯାପିତ
ମୋହନା,(ଓ୍ବାଇଏନଏସ): ଗତ ଦୁଇ ଦିନ ଧରି ଚାଲିଥିବା ଗଜପତି ଜିଲ୍ଲା ମୋହନା ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି l ଗୁରୁବାର ସକାଳେ ସ୍ଥାନୀୟ ହିଲଟପ କଲେଜ ଛକରୁ ମଶାଲ ଶୋଭାଯାତ୍ରା କରାଯାଇ ବଜାର ପରିକ୍ରମା ପରେ ହାଇସ୍କୁଲ ପଡିଆ ସ୍ଥିତ କାର୍ଯ୍ୟକ୍ରମ ସ୍ଥଳରେ ରଖାଯାଇଥିଲା l ସନ୍ଧ୍ୟାରେ ଆୟୋଜିତ ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା ଯୋଗଦେଇ ଗଜପତି ଜିଲ୍ଲାର କଳା ଓ ସଂସ୍କୃତି ଉପରେ କହିଥିଲେ l ବିଡ଼ିଓ ରାଜୀବ ଦାସ ଙ୍କ ସଂଯୋଜନା ରେ ଆୟୋଜିତ ମହୋତ୍ସବ ରେ ସମ୍ମାନିତ ଅତିଥି ଭାବେ ରା.ଉଦୟଗିରି ଏସଡ଼ିପିଓ ରାକେଶ ସାହୁ, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଉପାଧ୍ୟାକ୍ଷା ବାଲ୍ମୀନ ଅଧିକାରୀ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା କୁନ୍ତଳା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ ଓ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ରାଜ୍ୟ ତଥା ରାଜ୍ୟ ବାହାରେ ଏକାଧିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମୋହନା ର ଅସିତ ରଞ୍ଜନ ଦତ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଶୁକ୍ରବାର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ମୋହନା ବିଧାୟକ ଦାଶରଥି ଗମାଙ୍ଗ. ଗଜପତି ଜିଲ୍ଲା ଉପଜିଲ୍ଲାପାଳ ଅନୁପ ପଣ୍ଡା. ପାରଳାଖେମୁଣ୍ଡି ମୁନ୍ସପାଲଟି ଅଦକ୍ଷା ନିର୍ମଳା ସେଠୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ବ୍ଲକ ରେ ବିଭିନ୍ନ ବିଭାଗ ରେ ଶ୍ରେଷ୍ଠ କାର୍ଯ୍ୟ ସମ୍ପାଦନ କରିଥିବା ସରକାରୀ କର୍ମଚାରୀ, ଛାତ୍ରୀ, ମୋହନା ସାମ୍ବାଦିକ ସଂଘ, ଓକିଲ ସଂଘ, 2 ବର୍ଷର ଶିଶୁ ପୁତ୍ର ଉତ୍ତମ ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଦୁଇ ଦିନ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ରାଜ୍ୟର ସୁନାମାଧନ୍ୟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ ହୋଇଥିଲା ଶତାଧିକ ଦର୍ଶକ ଙ୍କ ଭିଡ଼ ଜମିଥିଲା


