ମୋହନା ସାମ୍ବାଦିକ ସଂଘ ନୂତନ କର୍ମକର୍ତ୍ତା ଚୟନ

ମୋହନା, (ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଗଠନ ହୋଇଯାଇଛି । ପ୍ରେସ କ୍ଳକ କାର୍ଯ୍ୟାଳୟରେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ପ୍ରଥମେ ଦୁର୍ଘଟଣା ରେ ଅକାଳ ବିୟୋଗ ଘଟିଥିବା ସାମ୍ବାଦିକ। ଶିଲା ପଟ୍ଟନାୟକ ଓ ସାମ୍ବାଦିକ ମାନସ ରଞ୍ଜନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ପରିବାର କୁ ଅଧିକ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ତୁରନ୍ତ ସରକାର କଠୋର ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି। ଏହାପରେ ନୂତନ ସଭାପତି ଭାବେ ସାମ୍ବାଦିକ ସୁମନ ପଟ୍ଟନାୟକ, ଉପ ସଭାପତି ଅଂଶୁମାନ ପଣ୍ଡା, ସମ୍ପାଦକ ବାବୁଲା ସେଠୀ, ସହ ସମ୍ପାଦକ ନୃସିଂହ ନାଥ ପୂଜାରୀ, କୋଷାଧକ୍ଷ ଭାବେ ପ୍ରମୋଦ ଦୋରା ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସୁକାନ୍ତ ରଥ, ଧୀରେନ୍ଦ୍ର ନାୟକ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ, ପଞ୍ଚାନନ ଦାସ, ବାଦଲ ବେହେରା ଓ ୟୁ. ରାଜେନ୍ଦ୍ର ଦୋରା ଙ୍କୁ ମନୋନୀତ କରାଯାଇଛି । ଏହି ବୈଠକରେ ପ୍ରେସ କ୍ଳବ ସଦସ୍ୟ ମୋଜେସ ରଇତ, ନିର୍ମଳ ପାଲ, ଚନ୍ଦନ ପଟନାୟକ, ଜାଗା ଦାସ ଓ ବିଭୁତି ମଲ୍ଲିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ