ଓଡିଶା ଉଦ୍ୟୋଗୀ ପରିବାର ର ମାସିକ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର (ଓ୍ବାଇଏନଏସ): ଭୁବନେଶ୍ୱର ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ର ମାସିକ ବୈଠକ ସଂଯୋଜକ ଶ୍ରୀକାନ୍ତ ସାହୁ ଙ୍କ ସଂଯୋଜନା ଓ ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଜାବ ନେସନାଲ ବ୍ୟାଙ୍କ ଭୁବନେଶ୍ୱର ର ମୁଖ୍ୟ ମଣ୍ଡଳ ଅଧିକାରୀ ଏଲ ଏଲ ମିଶ୍ର ଯୋଗଦେବା ସହିତ ଆଜିର ପରିପ୍ରେକ୍ଷୀରେ ଉଦ୍ୟୋଗୀ ଙ୍କ ଭୂମିକା, ସାମୁହିକ କାର୍ଯ୍ୟଧାରା ସହିତ ଯେ କୌଣସି ଉତ୍ପାଦିତ ଦ୍ରବ୍ୟ ର ପ୍ରଚାର, ପ୍ରସାର ସହିତ ସେମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଆବଶ୍ୟକ ତା ଉପରେ ଆଲୋକପାତ କରିବା ବ୍ୟାଙ୍କ ସର୍ବଦା ଉଦ୍ୟୋଗୀ ଙ୍କୁ ଋଣ ଓ ପ୍ରତ୍ସାହିତ କରିବା ଦିଗରେ ବଦ୍ଧ ପରିକର ବୋଲି ମତ ବ୍ୟକ୍ତ କରିଥିଲେ l ସଭାପତି ଶ୍ରୀ ଯୁକ୍ତ ମିଶ୍ର ଉଦ୍ୟୋଗୀ ଙ୍କ ସମ୍ମାନ, ସୁରକ୍ଷା, ଅଭିବୃଦ୍ଧି ସହିତ ସାମାଜିକ ଗଣମାଧ୍ୟମ, ଆଧୁନିକ ଜ୍ଞାନ କୌଶଳ, ସହିତ ସୋସିଆଲ ମିଡ଼ିଆ ମ୍ୟାନେଜେମେଣ୍ଟ ର ଉପାଯୋଗୀତା ଉପରେ ମତବ୍ୟକ୍ତ କରିଥିଲେ l ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବା ଉଦ୍ୟୋଗୀ ପରିବାର ର ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ lବିଭିନ୍ନ ଜିଲ୍ଲାରୁ ଉଦ୍ୟୋଗୀ ମାନେ ଆସି ନିଜନିଜ ର ଅଭିଜ୍ଞତା ବଣ୍ଟନ କରିଥିଲେ l ଏହି ଅବସରରେ ପ୍ରାଉଡ଼ ପରଚେଜର ଭାବେ ଉଦ୍ୟୋଗୀ ଶ୍ୟାମ ସୁନ୍ଦର ମହାରଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ସୀତାଂଶୁ ଶେଖର ମହାରଣା, ମନୋଜ, ନିଳୟକାନ୍ତ ନାୟକ ପରିଚାଳନା କରିଥିଲେ