ଜନଜାଗରଣ ଅଭିଯାନରେ ଆସିକାରୁ ଯୋଗଦେଲେ ୪୦ରୁ ଉର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀ

ଆସିକା  (ୱାଇଏନ୍‍ଏସ୍‍) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଆଜି ପୁରୀ-କୋଣାର୍କ ବେଳାଭୂମୀ ରାସ୍ତାର ବାଲିଗୁଆଳି ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ବିଜୁ ଯୁବ-ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ଜନଜାଗରଣ ଅଭିଯାନ । ଏହି କାର୍ଯ୍ୟକ୍ରମରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ଓ ଗଞ୍ଜାମ ଜୋନ୍‍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ମାର୍ଗଦର୍ଶନରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବିଜୁ ଯୁବ ଛାତ୍ର ଜନତା ଦଳର ନେତା ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, କେଶବ ଦାଶ, ପ୍ରତାପ ଚନ୍ଦ୍ର ପ୍ରଧାନ, ବିମଳ ପ୍ରଧାନ, ସାଇରାଜ ଦଳେଇ, ଆକାଶ ସ୍ୱାଇଁ, ସଂଜୀବ ମହାରଣା, ଶ୍ୱେତବସନ୍ତ ଲେଙ୍କା, ସାଗର ପାତ୍ର, ସିମାଂଚଳ ସ୍ୱାଇଁ, ଭଗବାନ ବିଶ୍ୱାଳ, ବାପିନା ଜେନା, ଶିବରାମ ପାଣିଗ୍ରାହୀ, ପ୍ରଣବ କୁମାର ପାଢୀ, ଶଙ୍କର ନାହାକ, ସନ୍ତୋଷ ନାହାକ, ନିଳାଞ୍ଚଳ ମହାରଣା, ରାଜଗୋପାଳ ବିଷୋୟୀ, ମନୋଜ ପ୍ରଧାନଙ୍କ ସମେତ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଦଳୀୟ ନେତା ଓ କର୍ମୀ ବେଶ୍‍ ଉତ୍ସାହିତ ହୋଇ ସାମିଲ୍‍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ସାଙ୍ଗକୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରୂପରେଖ ପ୍ରସ୍ତୁତ କରିବା ସକାଶେ ଗତକାଲି ବାଲିସିରା ଗ୍ରାମର ସିଦ୍ଧେଶ୍ୱର ଶୈବପୀଠରେ ବିଜେଡି ଏକ ବ୍ଳକସ୍ତରୀୟ ସାଙ୍ଗଠନିକ ବୈଠକ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିବା ବେଳେ ଆଜି ପୁରୀରେ ଅନୁଷ୍ଠିତ ବିଜୁ ଯୁବ ଛାତ୍ର ଜନତା ଦଳର ଜାଗରଣ ଅଭିଯାନରେ ବହୁ ଦଳୀୟ ନେତା ଓ କର୍ମୀ ସ୍ୱେଚ୍ଛାକୃତ ଭାବେ ଉତ୍ସାହର ସହ ଯୋଗଦେବା ଘଟଣା ବିଜୁ ଜନତା ଦଳ ପାଇଁ ଶୁଭ ସଙ୍କେତ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ