ଜରାଜୀର୍ଣ୍ଣ ଅବସ୍ଥାରେ ଶବ ବ୍ୟବଚ୍ଛେଦ ଗୃହ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): କଲ୍ୟାଣସିଂହପୁର  ବ୍ଲକ ସଦର ମହକୁମାର ରାୟଗଡା ଯିବା ମୁଖ୍ୟ ରାସ୍ତାର ସିରପୁର ଏସେସଡ଼ି ବିଦ୍ୟାଳୟ ନିକଟରେ ଥିବା ଶବ ବ୍ୟବଚ୍ଛେଦ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିଲେ ମଧ୍ୟ କାହାରି ଦୃଷ୍ଟି ନପଡିବା ଦୁର୍ଭାଗ୍ୟ ର ବିଷୟ। ଏହି ଶବ ବ୍ୟବଚ୍ଛେଦ ଗୃହ ବ୍ଲକର ୧୪ଟି ପଞ୍ଚାୟତରେ କୌଣସି ଦୁର୍ଘଟଣା, ହତ୍ୟା, ଆତ୍ମହତ୍ୟା ଓ ସନ୍ଦେହଜନକ ମୃତ୍ୟୁ ଘଟିଲେ ଏହି ଗୃହରେ ଶବ ବ୍ୟବଚ୍ଛେଦ କରାଯାଇଥାଏ। ଏହି ଗୃହ ଅତି ବିପଦ ସଂକୁଳ ଅବସ୍ଥାରେ ଓ ଅସ୍ବାସ୍ଥ୍ୟକର ପରିବେଶ ଓ ରାସ୍ତା ନଥିବା ଯୋଗୁଁ ଶବ ବ୍ୟବଚ୍ଛେଦ ସମୟରେ ପରିବାର, ସମ୍ପର୍କୀୟ ଓ ଡାକ୍ତରମାନଙ୍କୁ ହଇରାଣ ହେବାକୁ ପଡୁଛି। ଏ ନେଇ ପୂର୍ବ ସରକାରଙ୍କ ଅମଳରେ ଗ୍ରାମବାସୀ ଅଧିକାରୀ ବିଭିନ୍ନ ସମୟରେ ମନ୍ତ୍ରୀ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରିଙ୍କୁ ଅବଗତ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ଆଜିଯାଏ ନିଆଯାଇ ପାରିନଥିବାରୁ ଲୋକଙ୍କ ବିଶ୍ୱାସ ତୁଟିବାରେ ଲାଗିଛି। ଏହି ଗୃହକୁ ଯିବା ପାଇଁ ରାସ୍ତା ନଥିବାରୁ ରାସ୍ତା କଡ଼ରେ ଆମ୍ବୁଲାନ୍ସ ରଖି ଶବ ନେବା ସମୟରେ ସଂପର୍କୀୟ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ