ଛାତ୍ରଙ୍କୁ ମାଡ ମାରି ମୋବାଇଲ ଓ ବ୍ୟାଗ ଛଡାଇ ନେଲେ ମା ଓ ଝିଅ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାଳନିଆଁ ମଞ୍ଜୁରୀରୋଡ଼ ରାସ୍ତାର ଚଷାଖଣ୍ଡ ନିକଟରେ ଜଣେ କଲେଜ ଛାତ୍ରଙ୍କୁ ମାଡମାରି ତାଙ୍କ ନିକଟରୁ ମୋବାଇଲ ଛଡାଇ ନେଇଛନ୍ତି ମା ଓ ଝିଅ। ଯାହା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବରରୁ ଜଣା ଯାଇଛି ଯେ କଳିଗାଁ ଅଞ୍ଚଳର ଜଣେ ଛାତ୍ର ନାହାମି କଲେଜରେ ପଢ଼ୁଥିବା ବେଳେ ନିୟମିତ ଏହି ରାସ୍ତା ଦେଇ କଲେଜ ଯିବା ଆସିବା କରିଥାନ୍ତି। ଆଜି କଲେଜ ରୁ ଫେରୁଥିବା ବେଳେ ଚଷାଖଣ୍ଡ ନିକଟରେ ବିଚ ରାସ୍ତାରେ ଜଣେ ମହିଳା ଓ ତାଙ୍କ ଝିଅ ମିଶି ଉକ୍ତ ଛାତ୍ରଙ୍କୁ ପିଟା ମରା କରି ଛାତ୍ର ନିକଟରୁ ମୋବାଇଲ ଓ କଲେଜ ବ୍ୟାଗ ଛଡେଇ ନେଇ ଥିଲେ। ସ୍ଥାନୀୟ ଲୋକମାନେ ଉକ୍ତ ଛାତ୍ରଙ୍କୁ ଉଦ୍ଧାର କରି ଶାଳନିଆଁ ଡାକ୍ତରଖାନାରେ ଭର୍ତି କରି ଚିକିତ୍ସା କରାଇଛନ୍ତି। ଉକ୍ତ ଛାତ୍ର ଜଣକ ମାଡ ମାରିଥିବା ମହିଳାଙ୍କ ଝିଅର ସହପାଠୀ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ଛାତ୍ର ଜଣକ ଅନେକ ସମୟରେ ସହପାଠୀଙ୍କ ଘରେ ରହି କଲେଜକୁ ଯିବା ଆସିବା କରୁଥିଲା ବୋଲି ଶୁଣିବାକୁ ମିଳୁଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏନେଇ ପୋଲିସରେ ଅଭିଯୋଗ ହୋଇ ନଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ