ଆସୁଛନ୍ତି ଦୁର୍ଗତିନାଶିନୀ ମା ଦୁର୍ଗା, ୩୬ ବର୍ଷର ପୁରୁଣା ଆସିକା ଘରୋଇ ବସ୍ ମାଲିକ ସଂଘ ପୂଜା ମଣ୍ଡପ
ଆସିକା (ୱାଇଏନ୍ଏସ୍) : ୧୯୯୦ ରୁ ୨୦୨୬ । ଦୀର୍ଘ ୩୬ବର୍ଷ ଧରି ସମବାୟନଗରୀ ଆସିକା ସହରର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ ଭାବେ ସର୍ବଦା ସ୍ଥାନ ପାଇ ଆସିଛି ଆସିକା ଘରୋଇ ବସ୍ ମାଲିକ ସଂଘର ଦୁର୍ଗାମେଢ । ୧୯୯୦ ମସିହାରେ ଆସିକା ଘରୋଇ ବସ୍ କର୍ମଚାରୀ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ସାହେବ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବସ୍ଷ୍ଟାଣ୍ଡ କଳିଙ୍ଗ ରୋଡ୍ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା । ଶାରଦୀୟ ଦୁର୍ଗା ପୂଜାର କିଛି ଦିନ ପୂର୍ବରୁ ବିଧିବିଧାନ ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ ସହ ମାଙ୍କ ପ୍ରତିମା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଦୀର୍ଘ ପ୍ରାୟ ୩୬ବର୍ଷ ଧରି ଶାରଦୀୟ ଦୁର୍ଗାପୂଜା ଅବସରରେ ନୂତନ ଶୈଳୀରେ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ସାଜସଜ୍ଜାକୁ ଗୁରୁତ୍ୱ ଦେଇ ଆସୁଛି ଆସିକା ଘରୋଇ ବସ୍ ମାଲିକ ସଂଘ । ଆସିକା ଘରୋଇ ବସ୍ ମାଲିକ ସଂଘର ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା ଏବଂ ବସଷ୍ଟାଣ୍ଟ ସଂପାଦକ ସନ୍ତୋଷ କୁମାର ପୋଲାଇଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ସମସ୍ତ ସହଯୋଗରେ ବିଗତ କିଛିବର୍ଷ ହେଲା ଘରୋଇ ବସ୍ଷ୍ଟାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରୀତିନୀତି ଅନୁଯାୟୀ ଦୁର୍ଗାପୂଜା ମହାଡମ୍ବର ସହକାରେ ପାଳନ କରାଯାଉଥିଲା ବେଳେ ଦୈନିକ ଶହଶହ ଯାତ୍ରୀ ଓ ଶ୍ରଦ୍ଧାଳୁ ଭକ୍ତ ଅସ୍ଥାୟୀ ପୂଜା ମଣ୍ଡପକୁ ଆସି ଜଗତ୍ଜନନୀ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହି ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସୁପରିଚାଳନା କରିବା ଦିଗରେ ଘରୋଇ ବସ୍ ମାଲିକ ସଂଘର ସମସ୍ତ ସଦସ୍ୟଙ୍କ ସମେତ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆଉମାତ୍ର ହାତ ଗଣତି କିଛି ଦିନ ପରେ ଘରୋଇ ବସ୍ ମାଲିକ ସଂଘର ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ଆରାଧନା ହେବ । ଏଣୁ ପୂଜାମଣ୍ଡପରେ ମୂର୍ତ୍ତି ନିର୍ମାଣ ସହ ସାଜସଜ୍ଜା ଓ ତୋରଣ ତିଆରି କାର୍ଯ୍ୟ ଜୋର୍ସୋର୍ରେ ଚାଲୁ ରହିଥିବା ଦେଖିବାକୁ ମିଳୁଛି । ଘରୋଇ ବସ୍ ମାଲିକ ସଂଘର ଦୁର୍ଗାପୂଜା ମଣ୍ଡପ ସୁନ୍ଦର ତୋରଣ ଓ ଆଲୋକ ମାଳାରେ ଝଲସି ଉଠିବ । ଘଣ୍ଟ ମୃଦଙ୍ଗ ବାଦନ ସାଙ୍ଗକୁ ଦଶଭୁଜାଙ୍କ ଶ୍ଳୋକ ଉଚ୍ଚାରଣରେ ପ୍ରକମ୍ପିତ ହେବ ପୂଜାମଣ୍ଡପ । ଦୁର୍ଗାପୂଜା ପାଇଁ ଏବେଠୁ ଚଳଚଞ୍ଚଳ ହୋଇ ପଡିଲାଣି ଘରୋଇ ବସ୍ ମାଲିକ ସଂଘ ପୂଜାମଣ୍ଡପ । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଜାକ୍ଜକମରେ ଦୁର୍ଗାପୂଜା ପାଳନ କରାଯିବ ବୋଲି ଆସିକା ଘରୋଇ ବସ୍ ମାଲିକ ସଂଘର ବସଷ୍ଟାଣ୍ଟ ସଂପାଦକ ସନ୍ତୋଷ କୁମାର ପୋଲାଇ ପ୍ରକାଶ କରିଛନ୍ତି । ଆସୁଛନ୍ତି ଜଗତଜନନୀ ମା’ କାତ୍ୟାୟନୀ । ଅଭିଜ୍ଞ କାରିଗର ମାନଙ୍କୁ ନେଇ ଦୃତ ଗତିରେ ଘରୋଇ ବସ୍ ମାଲିକ ସଂଘର ପୂଜା ମଣ୍ଡପରେ ଚାଲିଛି ମା’ଦୁର୍ଗାଙ୍କ ମହିଷାମର୍ଦ୍ଦନୀ ଅବତାରର ନିର୍ମାଣ କାର୍ଯ୍ୟ। ଆସିକା ଘରୋଇ ବସ୍ ମାଲିକ ସଂଘର ପୂଜା ମଣ୍ଡପରେ ବିଧିବିଧାନ ଅନୂଯାୟୀ ପୂଜାପାଠ ଉପରେ ସର୍ବଧିକ ଗୁରୁତ୍ୱ ଦିଆଯାଉଥିବା ଲକ୍ଷ୍ୟ କରାଯାଇଛି। ଆସିକା ସହର ତଥା ଏହାର ଆଖପାଖ ବିଭିନ୍ନ ଅଞ୍ଚଳରେ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ମଧ୍ୟରୁ ଘରୋଇ ବସ୍ ମାଲିକ ସଂଘର ପୂଜା ଦୀର୍ଘ ବର୍ଷ ହେଲା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସୁଥିବା ଦେଖିବାକୁ ମିଳୁଛି। ମା’ଦୁର୍ଗାଙ୍କ ଶାରଦୀୟ ପୂଜା ପାଇଁ ଆସିକା ଅଞ୍ଚଳ ବର୍ତ୍ତମାନ ଠାରୁ ଚଳ ଚଞ୍ଚଳ ହୋଇ ଉଠୁଥିଲା ବେଳେ ଚଳିତ ବର୍ଷ ମା’ଙ୍କ ପୂଜାର୍ଚ୍ଚନା ଠାରୁ ଆରମ୍ଭ କରି ଭସାଣି ଉତ୍ସବ ମଧ୍ୟ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ କରାଯିବ ବୋଲି ଆସିକା ଘରୋଇ ବସ୍ ମାଲିକ ସଂଘର ସଭାପତି ସୂର୍ଯକାନ୍ତ ପରିଡା, ବସଷ୍ଟାଣ୍ଟ ସଂପାଦକ ସନ୍ତୋଷ କୁମାର ପୋଲାଇ, କାର୍ଯ୍ୟକାରୀ କମିଟି ସଦସ୍ୟ ରବିନ୍ଦ୍ରନାଥ ପୋଲାଇ, ଉପଦେଷ୍ଟା ମନୋରଞ୍ଜନ ପଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି। ଜଗତ୍ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ପାଇଁ ଆସନ୍ତା ୧୭ ତାରିଖ ଶନିବାର ଦିନ ମାହେନ୍ଦ୍ର ବେଳାରେ ଆସିକା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କଳସ ଯାତ୍ରା ଆରମ୍ଭ ହେବା ପରେ ବିଧିବିଧାନ ଅନୁଯାୟୀ କଲ୍ୟାଣମୟୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଆସିକା ଘରୋଇ ବସ୍ ମାଲିକ ସଂଘର ସଭାପତି ସୂର୍ଯ୍ୟକାନ୍ତ ପରିଡା, ଉପସଭାପତି ପ୍ରମୋଦ କୁମାର ଜେନା, ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ସ୍ୱାଇଁ, ଯୁଗ୍ମ ସଂପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, ବସଷ୍ଟାଣ୍ଟ ସଂପାଦକ ସନ୍ତୋଷ କୁମାର ପୋଲାଇ, ଉପଦେଷ୍ଟା ମନୋରଂଜନ ପଣ୍ଡା, ଆଇନ ପରାମର୍ଶଦାତା ଶରତେନ୍ଦୁ ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ରବିନ୍ଦ୍ରନାଥ ପୋଲାଇ, ବିକ୍ରମ କେଶରୀ ମହାନ୍ତି, ବିକ୍ରମ ଦାଶ, ସୂର୍ଯ୍ୟ ନାରାୟଣ ପୋଲାଇ, ଲିଙ୍ଗରାଜ ମହାନ୍ତି, ବାବୁଲା ରେଡି, ପ୍ରିୟାଂଶୁ ଶେଖର ପରିଡା, କର୍ମଚାରୀ ଜିତେନ୍ଦ୍ର ରେଡି, ସତ୍ୟ ନାରାୟଣ ପୋଲାଇ, ସୁଶାନ୍ତ ପୋଲାଇ, ପରିିକ୍ଷିତ ନାୟକ, ସତ୍ୟ ପରିଡା, ଗାନ୍ଧୀ ପରିଡା, ଶଙ୍କର ନାହାକ, ଗୁରୁନାଥ ପାତ୍ର, କୃଷ୍ଣ ରେଡି, ଧୋବା ପ୍ରଧାନଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସଂଯୋଜନାରେ ଚଳିତବର୍ଷ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଉତ୍ସବକୁ ମହାଆଡମ୍ବରରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ସଂପନ୍ନ କରିବା ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି ।


