ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା

ଆସିକା  (ୱାଇଏନ୍‍ଏସ୍‍): ଗତ ମେ ମାସ ୪ ତାରିଖରେ ଅନୁଷ୍ଠିତ ହୋଇଥିବା ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ଖମ୍ବେଶ୍ୱରୀଙ୍କ ବାର୍ଷିକ ବୈଶାଖୀ ଯାତ୍ରାର ଶୁଭଖୁଣ୍ଟି ଶୀତଳମଣୋହୀ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ମାହେନ୍ଦ୍ର ବେଳାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଘଣ୍ଟ ମୃଦଙ୍ଗ ଓ ବାଦ୍ୟବାଜଣାର ତାଳେ ତାଳେ ସଂପନ୍ନ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ଖମ୍ବେଶ୍ୱରୀଙ୍କ ପୀଠ ଅନ୍ୟତମ । ଜଗତଜନନୀ, ଭକ୍ତବତ୍ସଳା, କରୁଣାମୟୀ, ଶକ୍ତିସ୍ୱରୁପିଣୀ ମା’ଖମ୍ବେଶ୍ୱରୀଙ୍କ ମହିମା ଅପାର ହୋଇଥିବାରୁ ବର୍ଷତମାମ ଏହି ପୀଠକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ । ମା’ଖମ୍ବେଶ୍ୱରୀଙ୍କ ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମା’ଙ୍କୁ ଡାକି ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହା ହେଲେ ମା’ଖମ୍ବେଶ୍ୱରୀ ନିଶ୍ଚିତ ଭାବେ ଭକ୍ତର ମନ କଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ମା’ଖମ୍ବେଶ୍ୱରୀ ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା ପରିଚାଳନା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ପିଣ୍ଟୁ ପ୍ରଧାନଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ଶୁଭଖୁଣ୍ଟି ଶୀତଳମଣୋହୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶ୍ରଦ୍ଧାଳୁ ଭକ୍ତ ମାନେ ମା ଖମ୍ବେଶ୍ୱରୀଙ୍କ ପୀଠରୁ ବାହାରି ସମବାୟ କେନ୍ଦ୍ର ବ୍ୟାଙ୍କ ନିକଟରେ ପୂଜାର୍ଚ୍ଚନା ସାରି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାର ଏହି ଶୁଭଖୁଣ୍ଟି ଶୀତଳ ମଣୋହୀ କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ମନ୍ଦିର ପୂଜକ ସନ୍ୟାସୀ ମୁନି, ଗଣପତି ମୁନି, ସତ୍ୟନାରାୟଣ ମୁନି, ସିମାଞ୍ଚଳ ମୁନି, ଶ୍ରୀକାନ୍ତ ମୁନି, ସଂଜୟ କୁମାର ମୁନି, ଟୁଲିଆ ମୁନି, ଅଜିତ୍‍ କୁମାର ମୁନି, ନୀଳମାଧବ ମୁନି, ଟୁଲୁ ମୁନି, ନରସିଂହ ମୁନି, ଭେଙ୍କେଟେଶ୍ୱର ମୁନି, ସନ୍ତୋଷ କୁମାର ମୁନି, ବାବୁଲା ମୁନି, ପ୍ରସନ୍ନ କୁମାର ମୁନି, କାଳୀଚରଣ ମୁନି, ଅରବିନ୍ଦ ମୁନି, ଦିଲୀପ କୁମାର ମୁନି, ନାରାୟଣ ମୁନି, ମାଧବ ମୁନିଙ୍କ ସମେତ ବହୁ ପୂଜକ, ଶ୍ରଦ୍ଧାଳୁ ଭକ୍ତ, ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ