ମାତୃଭାଷା ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି ): ଆଜି ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ବନ୍ତ ବ୍ଲକ ଆପ୍ତୀର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମୂହ ଭାବେ ମାତୃଭାଷା ଓଡ଼ିଆର ବହୁଳ ବ୍ୟବହାର,ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ଓ ପ୍ରଚାର ପାଇଁ ଶପଥ ପାଠ କରିବା ପାଇଁ ଶପଥ ପାଠ କରିବା ସହିତ ସମ୍ବିଧାନର ପ୍ରସ୍ତାବନାକୁ ଓଡ଼ିଆରେ ସମୂହ ପାଠ କରିଥିଲେ।ଏହା ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ,ସଂସ୍କୃତି ସମ୍ପର୍କୀତ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବରିଷ୍ଟ ଶିକ୍ଷକ ଗୌରାଙ୍ଗ ବିଶ୍ଵାଳଙ୍କ ସଂଯୋଜନା ଓ ଗୋପୀନାଥ ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସାଧାରଣ ସଭାରେ ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ଓ ପରମ୍ପରାର ପ୍ରସାର ଓ ପ୍ରଚାର ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ଅନୁଜା ପଣ୍ଡା ସ୍ୱାଗତ ଭାଷଣ ଓ ଶିକ୍ଷକ ପ୍ରଭାତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା, ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ପ୍ରକାଶ ଥାଉକି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ପାଖରୁ ପ୍ରତି ବର୍ଷ ଫେବୃଆରୀ ୨୧ ତାରିଖରେ ବିଦ୍ୟାଳୟ ସ୍ତରୀୟ ମାତୃଭାଷା ଦିବସ ପାଳନ ହୋଇଆସୁଛି।


