ମାଆ ମାଣିକେଶ୍ବରୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡାର ଗୋବର୍ଦ୍ଧନସ୍ଥିତ ମାଆ ଠାକୁରାଣୀ ମନ୍ଦିର ସମ୍ମୁଖ ଖେଳ ପଡିଆ ଠାରେ ଜୟ ହିନ୍ଦ କ୍ଳବ ଆନୁକୂଲ୍ୟରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁନିଗୁଡା ବିଜେଡି ବ୍ଲକ ସଭାପତି ରତନଲାଲ ଜୈନଙ୍କ ସମେତ ଗୋବର୍ଦ୍ଧନ ସାହିର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଉଦଘାଟନ କରିଥିଲେ l ପରେ ସମସ୍ତ ଖେଳାଳୀ ବାନ୍ଦୁତ୍ୱପୂର୍ଣ ଭାବେ ଏବଂ ଖେଳାଳୀ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ l ଉଦଘାଟନ ମେଚ ମୁନିଖୋଲ ଓ ବଣ୍ଡେଇଗୁଡା ଓ ଦ୍ଵିତୀୟ ମେଚ ଶୁଣ୍ଡିସାହି ଓ ବାଞ୍ଜିକୁସୁମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ମେଚରେ ବଣ୍ଡେଇଗୁଡା ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମେଚରେ ଶୁଣ୍ଡିସାହି ବିଜୟୀ ହୋଇଥିଲା,ଉକ୍ତ ମେଚକୁ ଅମ୍ପାୟାର ଭାବେ ଡେନ୍ସିଙ୍ଗ ଅମ୍ପାୟାର ତୁଫାନ ମାଝୀ ଓ ଷ୍ଟାଇଲିସ ଅମ୍ପାୟାର ଅନିଲ ସେଠୀ ପରିଚାଳନା କରିଥିଲେ l ଏହି କ୍ରିକେଟ ଟୁର୍ନାମେଣ୍ଟରେ ୨୪ଟି ଦଳ ଭାଗ ନେଇଥିବା ବେଳେ ଏହା ଆସନ୍ତା ୨୬ ତାରିଖ ଦିନ ଫାଇନାଲ ମେଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l ଉକ୍ତ କ୍ରିକେଟ ଟୁର୍ନାମେଣ୍ଟକୁ ଜୟ ହିନ୍ଦ କ୍ଳବର କ୍ଳବର ସମସ୍ତ ସଦସ୍ୟ ଓ ସାହିର ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରୁଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ