ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ଶିଶୁବାଟିକା ଭାଗ-୧ର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ କରିବା ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବାସନ୍ତୀ ମହାନ୍ତ ଯୋଗ ଦେଇ ଶିଶୁ ଶିକ୍ଷାରେ ଭାରତୀୟତା ଓ ଶିଶୁଶିକ୍ଷାରେ ପରିବାରର ଭୂମିକା ସଂପର୍କରେ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଯୋଗଦାନ କରି ଶିଶୁଙ୍କ ମା ପାଇଁ ମାଆମାନଙ୍କର ଭୂମିକା ସଂପର୍କରେ ମତବ୍ୟକ୍ତ କରିଥିଲେ । ଶିଶୁବାଟିକା ପ୍ରମୁଖ ପ୍ରଦୀପ କୁମାର ଦାସ ଆଜିର ଶିଶୁଶିକ୍ଷାରେ ଥିବା ଭ୍ରାନ୍ତ ଧାରଣାକୁ ଚର୍ଚ୍ଚା ମାଧ୍ୟମରେ ଆଲୋଚନା କରିବା ସହ ବିଭିନ୍ନ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ  କରିଥିଲେ । ଏଥିରେ ୧୫୦ରୁ ଅଧିକ ମାଆ ଅଂଶଗ୍ରହଣ କରିଥିଲେ । ପ୍ରାତଃ ଅଧିବେଶନ ପ୍ରମୁଖ  ଲମ୍ବୋଦର ମହାନ୍ତ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁବାଟିକା ବିଭାଗର ବିଂରଚି ନାରାୟଣ ମହାନ୍ତ, ପୁଷ୍ପାଞ୍ଜଳି ସାହୁ,ମନସ୍ୱିନୀ ଦାଶ,ସୁଜାତାରାଣୀ ମିଶ୍ର,ଜ୍ୟୋତିରାଣୀ ପଣ୍ଡା,ଆରତୀ ସାହୁ,ମୌସୁମୀ ରାଉତରାୟ,ଗାୟତ୍ରୀ ମହାନ୍ତ,ଲକ୍ଷ୍ମୀପ୍ରିୟା ମହାନ୍ତ,ପାର୍ବତୀ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ