ମଦର୍ସ ଇଂଲିଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ଗୋବର୍ଦ୍ଧନ ଠାରେ ଥିବା ମଦର୍ସ ଇଂଲିଶ ମିଡିୟମ୍ ବିଦ୍ୟାଳୟର ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ଶାନ୍ତି ପ୍ରଧାନଙ୍କ ସଭାପତିତ୍ବ ଏବଂ ସହକାରୀ ଶିକ୍ଷକ ରମେଶ କୁସୁଲିଆଙ୍କ ସଂଯୋଜିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,ମୁଖ୍ୟବକ୍ତା ପୂର୍ବତନ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା,ସମ୍ମାନିତ ଅତିଥି ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା,ବିଜେଡି ଜିଲ୍ଲା ଉପସଭାପତି ପୂର୍ଣ୍ଣଚନ୍ଦ୍ର ଗୌଡ଼,ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ଦାସ,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ଯୁବନେତା ଜ୍ୟୋତି ପ୍ରସାଦ ସାହୁ, ପରିଚାଳନା କମିଟି ସଦସ୍ୟ ରୋଷନ ତାଣ୍ଡି, ଶିକ୍ଷକ କ୍ଷମା ଲିମା,ସାମ୍ବାଦିକ ଧନୁ କୁଶୁଲିଆ,ମୁନିଗୁଡ଼ା ନିୟୂଜ ଆଡମିନ ଗଣେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ବାର୍ଷିକ ଉତ୍ସବର ଶୁଭାରମ୍ଭ କରିଥିଲେ। ଅଧକ୍ଷ ଶାନ୍ତି ପ୍ରଦାନ ପ୍ରାରମ୍ଭିକ ଭାଷଣରେ ବିଦ୍ୟାଳୟର ପରିବେଶ,ଶିକ୍ଷଣୀୟ ଭିତ୍ତିଭୂମି, ଶିକ୍ଷାଦାନ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଅଭିନବ ଶିକ୍ଷାଦାନ ଓ ସର୍ବୋପରି ବିଦ୍ୟାର୍ଥୀ ମାନଙ୍କ ଅଧୟନରେ ଅଭୂରୁଚି ସହ ଅଭିଭାବକ ମାନଙ୍କ ସହଯୋଗ ଉପରେ ରଖିଥିଲେ।ଅତିଥିମାନେ ବିଦ୍ୟାର୍ଥୀ ମାନଙ୍କୁ ଭଲ ପାଠ ପଢି ସୁନାଗରିକ ହେବା ସହ ବିଦ୍ୟାଳୟ, ପିତାମାତା ଓ ଗୁରୁଜନଙ୍କ ନାମକୁ ଟେକ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପାତ୍ର,ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା।ପରେ କୁନି କୁନି ବିଦ୍ୟାର୍ଥି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଚିନାରୀ କୁସୁଲିଆ,ରମେଶ କୁଷୁଲିଆ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ସମସ୍ତ ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ