ବିଭିଏନ ଇଂରାଜୀ ମିଡ଼ିଅମ ସ୍କୁଲରେ ମାତୃ କର୍ମଶାଳା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର ସ୍ଥିତ ବିଭିଏନ ଇଂରାଜୀ ମିଡ଼ିଅମ ସ୍କୁଲରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଇମ୍ଫା କମ୍ପାନୀ ପକ୍ଷରୁ ଏହି ସ୍କୁଲ ପରିଚାଳିତ ହେଉଥିବା ବେଳେ ଏବେ କମ୍ପାନୀ ବନ୍ଦ ହୋଇଯିବାରୁ ସ୍ଥାନୀୟ ଲୋକଙ୍କ ପ୍ରଚେଷ୍ଟାରେ ଏହି ସ୍କୁଲ ଚାଲୁଥିବା ବେଳେ ସ୍ୱଳ୍ପ ଖର୍ଚରେ ଛାତ୍ରଛାତ୍ରୀ ଙ୍କୁ ଇଂରାଜୀ ମିଡ଼ିଅମ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଛନ୍ତି। ଆଜି ଇମ୍ଫାର ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ଏହି ମାତୃ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସୋମନାଥ ଦାସ, ସମାଜସେବୀ ପ୍ରଦୀପ କୁମାର ପେଡା, ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଶିକ୍ଷାଦାନରେ ମା ମାନଙ୍କ ଭୂମିକା ସମ୍ପର୍କରେ ଅବତାରଣା କରିଥିଲେ। ଇମ୍ଫା କମ୍ପାନୀ ଗ୍ରାମାଞ୍ଚଳରେ ଏପରି ଏକ ଇଂରାଜୀ ମିଡ଼ିଅମ ସ୍କୁଲ ଖୋଲି ଏ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷାର ମନବୃଦ୍ଧି ଘଟାଇ ଥିବାରୁ ସମସ୍ତେ ପ୍ରଶଂସା କରିଥିଲେ। ଶିକ୍ଷୟତ୍ରୀ ସରସ୍ବତୀ ପଣ୍ଡା, ସଂଘମିତ୍ରା ସାହୁ, ଝିଲିରାଣୀ ଆରୁଖ, ବିଶ୍ୱାଲକ୍ଷ୍ମୀ ରାଉତ, ରଞ୍ଜନ ଶତପଥୀ, ସଞ୍ଜୟ ପାତ୍ର, ସବିତା ନାୟକ, ସଂଯୁକ୍ତା ବାରିକ, କ୍ରିଷ୍ନା କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶତାଧିକ ମା ମାନେ ଯୋଗଦେଇଥିଲେ।


