ଚୋରାମଦ ସହିତ ମୋଟର ସାଇକେଲ ଜବତ, ୫କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ସଦର, ତନ୍ତିଆପାଳ ମେରାଇନ, ମହାକାଳପଡ଼ା ଓ ମାର୍ଶାଘାଇ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମାଲୁଆ ଗ୍ରାମର ବିଭୁତି ସାମଲ(୨୬)ଙ୍କ ଠାରୁ ୨୫ ଲିଟର ଦେଶୀ ମଦ ସହିତ ଏକ ସ୍କୁଟି ଜବତ କରାଇଯାଇଥିବା ବେଳେ କାନ୍ତିଲ ଗ୍ରାମର ଝନ୍ଟି ରାଉତ(୪୫)ଙ୍କ ଠାରୁ ୨୦ ଲିଟର ବିଦେଶୀ ମଦ, ବିଜୟନଗର ଗ୍ରାମର ଭାବଗ୍ରାହି ବସନ୍ତିଆ(୬୦)ଙ୍କ ଠାରୁ ୨୫ ଲିଟର ଦେଶୀମଦ, ନଛିପଡା ଗ୍ରାମର ଚଗଳକ ଦାସ(୪୩)ଙ୍କ ଠାରୁ ୨୭ ଲିଟର ଦେଶୀ ମଦ ଏବଂ ଜଗଦିଶପୁର ଗ୍ରାମର ସରୋଜ ସାମଲ (୩୦ )ଙ୍କ ଠାରୁ ୩୨ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୨୯ ଲିଟର ବିଦେଶୀ ଓ ଦେଶୀ ମଦ ସହିତ ଏକ ସ୍କୁଟି ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲ ିଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଅବକାରୀ ଉପନିରିକ୍ଷକ ଧର୍ମପଦ ଦାସଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ