ମୌଦା ପ୍ରିମିୟର ଲିଗ ସିଜିନ-୨ କ୍ରିକେଟ: ଚକାଡୋଳା ୱାରୀୟରସ ଚାମ୍ପିୟାନ
ହାଟଡିହି (ଓ୍ବାଇଏନଏସ): ସଢା ପଞ୍ଚାୟତ ମୌଦା ଗ୍ରାମରେ ନେତାଜୀ ୟୁଥ୍ କ୍ଲବ ପକ୍ଷରୁ ଚାଲିଥିବା ‘ମୌଦା ପ୍ରିମିୟର ଲିଗ’ ସିଜିନ – ୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ ହୋଇଯାଇଛି । ଏହାର ଫାଇନାଲ ମ୍ୟାଚରେ ଜବାନ ସୁପର କିଙ୍ଗ ପ୍ରଥମେ ଟଚ ଜିତି ନିର୍ଦ୍ଧାରିତ ୧୫ ଓଭରରେ ୪ଉଇକେଟ ହରାଇ ୧୬୧ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଚକାଡୋଳା ୱାରୀୟରସ ୧୪ ଓଭରରେ ୧୬୬ ରନ ରନ ସଂଗ୍ରହ କରିନେଇ ବିଜେତା ହୋଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ସମାଜ ସେବୀ ତଥା ଆଦର୍ଶ ଶିକ୍ଷକ ପ୍ରଭାତ କୁମାର ନାୟକ, ରବୀନ୍ଦ୍ର କୁମାର ବାରିକ ପ୍ରମୁଖ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ମଣ୍ଟୁ ପାଣିଗ୍ରାହୀ ଓ ଅରୁଣ କୁମାର ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ଜବାନ କୁମାର ନାୟକ, ରଞ୍ଜିତ ରାଉତ, ଶ୍ରୀତମ ଚନ୍ଦ, ଅରୁଣ କୁମାର ଜେନା, ମୁନା ଜେନା, ମିଥୁନୁ ଜେନା, ବିଜୟ ଜେନା, ରାଜକିଶୋର ଜେନା, ମିହିର ନାୟକ, ପ୍ରବୀର ସାହୁ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ |


