ଦଲାଇଲାମାଙ୍କୁ ସାକ୍ଷାତ କଲେ ସାଂସଦ ଅନନ୍ତ ନାୟକ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସାଂସଦ ଅନନ୍ତ ନାୟକ  ହିମାଚଳ ପ୍ରଦେଶର ଧର୍ମଶାଳା ନିକଟସ୍ଥ ମ୍ୟାକଲୋଡଗଂଜ ଠାରେ ନୋବେଲ ପୁରସ୍କାର ବିଜେତା ତଥା ତିବ୍ବତର ସର୍ବୋଚ୍ଚ ଧର୍ମଗୁରୁ ପରମ ପାବନ ଦଲାଇଲାମାଙ୍କୁ ସାକ୍ଷାତକରି ତାଙ୍କ  ଠାରୁ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ପରମ ପାବନ ଦଲାଇଲାମା ଶ୍ରୀ ନାୟକଙ୍କ  ବୌଦ୍ଧ ଧର୍ମ ସମ୍ପର୍କରେ ଓ ନିର୍ବାସିତ ତିବ୍ବତୀୟ  ମାନଙ୍କ ସମ୍ପର୍କରେ ତାଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ନାୟକ ମଧ୍ୟ ଚୀନ ତିବତକୁ ଅଧିକାର କରି ନେବା ପରେ କିପରି ସେଠାରେ ତିବ୍ବତୀୟ ମାନଙ୍କ ସହ ପାଶବିକ ଅତ୍ୟାଚାର କରିବା ସହ ସେଠାକାର ତିବ୍ବତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ସୁନିୟୋଜିତ ଭାବେ ଅଭିଯାନ ଚଳାଉଛି ତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।  ତିବ୍ବତର ସ୍ୱାଧୀନତା ଉତ୍ତର ଭାରତର ସୀମାନ୍ତର ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ । ଉଲ୍ଲେଖନୀୟ ଯେ କେନ୍ଦୁଝର ସାଂସଦ ଶ୍ରୀ ନାୟକ ଏକ ସଂସଦୀୟ କମିଟିର ଗସ୍ତରେ ବର୍ତମାନ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି । ଏହି ସାକ୍ଷାତ ସମୟରେ ତାଙ୍କର ଧର୍ମପତ୍ନୀ ଲବଙ୍ଗଲତା ନାୟକ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ସଂସଦୀୟ କମିଟିର ଅନ୍ୟ ସଦସ୍ୟ  ମାନେ ମଧ୍ୟ ପରମ ପାବନ ଦଲାଇଲାମାଙ୍କୁ ସାକ୍ଷାତ କରିଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ