କଟକରେ ସାଂସଦ କ୍ରୀଡା ମହୋତ୍ସବ – ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ
କଟକ, (ଓ୍ବାଇଏନଏସ): ସାଂସଦ କ୍ରୀଡା ମହୋତ୍ସବ ୨୦୨୫ ପ୍ରସ୍ତୁତି ବୈଠକ କଟକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କର ସହ ଅଧ୍ୟକ୍ଷତାରେ ଆଜିର ବୈଠକ ଅନୁଷ୍ଠିତ ଏଥି ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ସାଂସଦ ଶ୍ରୀ ମହତାବ ଏହି କ୍ରୀଡା ମହୋତ୍ସବର ମୂଳ ଆଭିମୂଖ୍ୟ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ “ଏହି ଖେଳର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଅଞ୍ଚଳର ଯୁବସମାଜକୁ ପାରମ୍ପରିକ ଓ ପୁରୁଣା ଖେଳ ପ୍ରତି ଆକର୍ଷିତ କରାଇବା ସହ ସମସ୍ତଙ୍କ ମଧ୍ୟରେ ଏକ ଖେଳୁଆଡ ମନୋଭାବ ଜାଗ୍ରତ କରାଇବା” । ଏହି ଖେଳରେ ଉଭୟ ବାଳକ ଓ ବାଳିକାମାନେ ଅଂଶ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ଖେଳରେ ଅଂଶ ଗ୍ରହଣ କରିବା ପାଇଁ ବୟସ ଭିତ୍ତିକ ଦଳ ଚୟନ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା । ଦଳ ଗୁଡିକ ହେଲା ୧୭ ବର୍ଷରୁ କମ ବାଳକ ବାଳିକା, ୨୫ ବର୍ଷରୁ କମ ମହିଳା ଓ ପୁରୁଷ ଓ ୨୫ ବର୍ଷରୁ ଅଧିକ ମହିଳା ଓ ପୁରୁଷ। ଏହି କ୍ରୀଡା ପ୍ରତିଯୋଗିତା ପ୍ରଥମ ପଞ୍ଚାୟତ ସ୍ତରୀୟ, ମଣ୍ଡଳ ସ୍ତରୀୟ, ବ୍ଲକ ସ୍ତରୀୟସ୍ତରୀୟ ଶେଷରେ ସଂସଦୀୟ କ୍ଷେତ୍ର ସ୍ତରୀୟ ପ୍ରତିଯୋଗିତା କରାଯିବା ପାଇଁ ବୈଠକରେ ସ୍ଥିରିକୃତ କରାଗଲା । ଏହି ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ଉପଯୁକ୍ତ ତାଲିମ୍ପ୍ରାପ୍ତ ରେଫ୍ରି ଯୋଗାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ଖେଳ ପ୍ରତିଯୋଗିତା ସମୟରେ ଡାକ୍ତରୀ ଦଳ ଉପସ୍ଥିତ ରହିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସାଂସଦଙ୍କ ପ୍ରସ୍ତାବ ଅନୁସାରେ ଅଗଷ୍ଟ ମାସ ୨୯ ତାରିଖରୁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ କରାଯିବ । କ୍ରୀଡା ପ୍ରତିଯୋଗିତା ସେପ୍ଟେମ୍ବର ୨୧, ୨୦୨୫ରୁ ଆରମ୍ଭ କରାଯିବ । ଏହି ଖେଳର ପ୍ରଚାର ଓ ପ୍ରସାର ନିମନ୍ତେ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବା ସହ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ବୈଠକ ଅନୁଷ୍ଠିତ କରାଯାଇ ଏହି କାର୍ଯ୍ୟକ୍ରମର ଅଗ୍ରଗତି ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ସମ୍ବନ୍ଧୀୟ ନିମ୍ନରେ ବିଭିନ୍ନ ବର୍ଗ ଓ ସେମାନଙ୍କ ପାଇଁ ପ୍ରସ୍ତାବିତ କ୍ରୀଡାର ତାଲିକା ପ୍ରଦତ୍ତ ହୋଇଛି।