ବହୁ ଚର୍ଚ୍ଚିତ ମଲ୍ଲି ଜେନା ହତ୍ୟାକାଣ୍ଡ ଘଟଣା: ୮ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ କାରାଦଣ୍ଡ
ହାଟଡିହି (ଓ୍ବାଇଏନଏସ): ବହୁ ଚର୍ଚ୍ଚିତ ମଲ୍ଲି ଜେନା ହତ୍ଯା କାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଶାଳଦେଇ ଗାଁ ର ବହୁ ଚର୍ଚ୍ଚିତ ମଲ୍ଲି ଜେନା ହତ୍ଯାକାଣ୍ଡ ଘଟଣାର ଚୁଡାନ୍ତ ରାୟ ପ୍ରକାଶ ପାଇଛି। ୮ଜଣ ହତ୍ଯା ଅଭିଯୁକ୍ତ ଙ୍କୁ ୧୦ ବର୍ଷ ଲେଖାଏଁ କାରା ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ। ଏଥିରେ ଜଣେ ପସି ପୁରା ବ୍ଲକ୍ ଅଧକ୍ଷାଙ୍କ ସ୍ୱାମୀଥିବାବେଳେ ଆଉ ଜଣେ ପୁର୍ବତନ ସରପଞ୍ଚ ଅଛନ୍ତି। ହତ୍ଯା ଘଟଣାରେ ଅଭିଯୁକ୍ତ ମଦନ ମହନ ସାହୁ , ହରେକୃଷ୍ନ ବୋଇତେଇ ଅମରେଶ ରାଉତ , ସନ୍ତୋଷ ସାହୁ , ବଳରାମ ବେହେରା , ମାନସ ରଞ୍ଜନ ବେହେରା , ଭାଗିରଥୀ ପଲ୍ଲେଇ , ଅଞ୍ଜନ ରାଉତ ଏହି ଆଠଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ଯସ୍ଥ କରିଛନ୍ତି କୋର୍ଟ। ଆନନ୍ଦପୁର ଅତରିକ୍ତ ଜିଲ୍ଲା ଓ ଦୈରା ଜଜ୍ ଏହି ମାମଲାର ରାୟ ଶୁଣାଇ ଆଜି ସମସ୍ଥ ଅଭିଯୁକ୍ତ ଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଧାଯ୍ଯ କରିଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୩ମାସ ଜେଲ ଦଣ୍ଡାଦେଶ ଶୁଣାଇଥିବା ସରକାରୀ ଓକିଲ ସୈମିତ୍ରୀ କୁମାର ରାଉତ ସୂଚନାଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟଯେ ୨୦୨୩ ମସିହ ମାର୍ଚ୍ଚ ମାସ ୨୨ ତାରିଖ ରେ ବାଲିଘାଟ ବିବାଦକୁ କେନ୍ଦ୍ରକରି ଅଭିଯୁକ୍ତ ମାନେ ସଂଘବଦ୍ଧ ଭାବେ ବିଭାନ୍ନ ମାରଣାସ୍ତ୍ର ରେ ମଲ୍ଲି ଜେନା ଙ୍କୁ ଆକ୍ରମଣ କରିଥିବା ବିଷୟରେ ରାମଚନ୍ଦ୍ରପୁର ଥାନାରେ ଏତଲା କରିଥିଲେ ମଲ୍ଲି। କଟକ ବଡ ଡାକ୍ତରଖାନା ଠାରେ ସେହି ମାସ ୨୯ ତାରିଖରେ ଚିକିତ୍ସାଧିନ ଅବସ୍ତାରେ ମଲ୍ଲିଙ୍କର ମୃତ୍ଯୁ ଘଟିଥିଲା।


