ମୁଗ ଓ ବିରି ମଣ୍ଡି ଉଦ୍ଘାଟିତ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପ୍ରାଥମିକ ସେବା ସମବାୟ ସମିତିରେ ମୁଗ ଓ ବିରି ପାଇଁ ସୋମବାର ମଣ୍ଡି ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସମିତିର ସଭାପତି ପ୍ରକାଶ ଚନ୍ଦ୍ର ଜେନା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ତାଙ୍କ ସହିତ ମାର୍କଫେଡ କ୍ଷେତ୍ର ପରିଚାଳକ ଧିରେନ୍ଦ୍ର କୁମାର ବାରିକ ଯୋଗ ଦେଇ ଏହି ମଣ୍ଡି ଖୋଲିବା ଦ୍ୱାରା ଚାଷୀମାନେ ଉଚିତ ମୂଲ୍ୟ ପାଇ ପାରିବେ ବୋଲି ଗୁରୁତ୍ୱାରୋପ କରିଥିଲେ। ଚାଷୀ ଭାବେ ଭିକାରୀ ସ୍ୱାଇଁ,କାଳନ୍ଦୀ ଭୋଇ,ବୁଟୁନା ବେହେରା,ଗୌରାଙ୍ଗ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମିତି ସଂପାଦକ ବାପୁଜୀ କୁମାର ଜେନା ପରିଚାଳନା କରୁଥିବା ବେଳେ ଡିଇଓ ପ୍ରଶାନ୍ତ କୁମାର ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ।