ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଓ୍ବାଇଏନଏସ): ବଲାଙ୍ଗିର ଲୋକ ଉତ୍ସବ ସଂପାନ କମିଟି ଅଧ୍ୟକ୍ଷ ପରାଶର ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବହୁଭାଷୀ କବିତା ପାଠୋତ୍ସବ କୋସଲ କଳା ମଣ୍ଡଳ ପଡିଆ ପୁରୁଣା ମଂଚରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି ଏବଂ ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର ଯୋଗ ଦେଇ ଉଦ୍‌ଘାଟନ କରି ଉପସ୍ଥିତ ଶ୍ରହସ୍ରାଧିକ କବି କବିୟତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି ଭାଗିରଥି ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବିଶିଷ୍ଟ କବି ପ୍ରଫେସର ଡା. ପ୍ରଦୀପ କୁମାର ପଣ୍ଡା, ସମ୍ବଲପୁର ଅତିଥି କବି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସହ-ଅଧ୍ୟକ୍ଷ ରସରାଜ୍ ଅଚ୍ୟୁତ ପୁରୋହିତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ-ଅଧ୍ୟକ୍ଷ ସନାତନ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଡ. ସଂଜୟ ମିଶ୍ର ସଭା ପରିଚାଳନା କରିଥିଲେ । ସଂସ୍କୃତି ସହ ଅଧ୍ୟକ୍ଷ ସଂଗୀତା ଦାଶ ମାନପତ୍ର ପଠନ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ଜୟକୁମାର ଆଚାର୍ଯ୍ୟ, କବିରାଜ ଭୋଇ, ଗୁରୁଶ୍ରୀ ଘାସିରାମ ମିଶ୍ର, ଲଳିତ କୁମାର ସାହୁ, ନିଗମ ନାଥ, ଗୋଲାପ ବାଗ, ଜୟକୃଷ୍ଣ ମିଶ୍ର, ନରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ