ଝୁମ୍ପୁରା ଉଚ୍ଚ ବିଦ୍ୟାଳୟରେ ବହୁମୁଖୀ ହଲ ଉଦଘାଟିତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ପରିସର ମଧ୍ୟରେ ବହୁମୁଖୀ ହଲ ଉଦଘାଟିତ ହୋଇଯାଇଛି । ଏଥି ସହ ବିଜ୍ଞାନାଗାର ଓ ସଂପ୍ରସାରଣ ମଧ୍ୟ ଉଦଘାଟିତ ହୋଇଛି । ଏହି ହଲ କୁ ଫରିଦାବାଦ ଦିଲ୍ଲୀସ୍ଥିତ ଶାହୀ ଏକସପୋର୍ଟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ନିର୍ମାଣ କରାଯାଇଛି। ଏହି ବିକାଶମୂଳକ କାର୍ଯ୍ୟ ଉକ୍ତ ସଂସ୍ଥାର ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ । ଏଥିସହ ବିଦ୍ୟାଳୟ ପାଠ୍ୟକ୍ରମ ଅନ୍ତର୍ଗତ ୮୦ ଟି ବିଜ୍ଞାନ ଭିତ୍ତିକ ମଡେଲ ଓ ପ୍ରକଳ୍ପ ତଥା ୫୦ ଟି ଚେୟାର ବିଦ୍ୟାଳୟକୁ ପ୍ରଦାନ କରିଛି। ଏଗୁଡିକୁ ଶାହୀ ଏକସପୋର୍ଟର ଉପସଭାପତି ଦୀପକ ରାଉତେଲା ବିଦ୍ୟାଳୟକୁ ଅର୍ପଣ କରିଥିଲେ | ଏହି ଉତ୍ସବରେ ଶାହୀ ତରଫରୁ ଓଡିଶା ଏଜିଏମ୍ ଜ୍ୟୋତ୍ସ୍ନା ମହାନ୍ତି, ଏଚଆର ସୁଶାନ୍ତ ଜେନା, ସିଆର ଏସ ମୁଖ୍ୟ ରବିନ ରବି ତଥା ନିର୍ମାଣକାରୀ ସଂସ୍ଥା ସରୋଜ କୁମାର ଓଡିଶୀ ଇଞ୍ଜିନିୟରଂ ମୁଖ୍ୟ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ ସଭାପତିତ୍ୱ କରିଥିବାବେଳେ ବ୍ଳକ ଶିକ୍ଷାକାରୀ ଭଗବାନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହ-ଶିକ୍ଷାକାରୀ ମୁକୁନ୍ଦ ଚରଣ ସାହୁ, ରାଇକଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ମହାନ୍ତ, ଅର୍ଶଳା ଭଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତରଣୀ ସେନ ମହାନ୍ତ, ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ସାହୁ ଗୋପିନାଥ ମହାକୁଡ଼ ପ୍ରମୁଖ ଯୋଗଦେଇ ଶାହୀ ପରିବାରର ଗଠନମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ | ବିଦ୍ୟାଳୟର ପୁରାତନ ଛାତ୍ର ବଗେଲ କୁମାର ବ୍ରହ୍ମ, ହମିଦୁଲା ଆନସାରୀ ଓ ଅନ୍ୟମାନେ ଆଗ୍ରହର ସହ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମୋହନ କୁମାର ମାଝୀ, ରଞ୍ଜିତା ପ୍ରଧାନ, ପୁଷ୍ପଲତା ପଣ୍ଡା, ସାହେଦା ଖାତୁନ, ହେମନ୍ତ କୁମାର ନାଏକ, କବିତା ବେହେରା,ପୁଷ୍ପାଞ୍ଜଳି ନାୟକ, ଅମିତା ମହାପାତ୍ର, ଦେବଯାନୀ ମିଶ୍ର ଆଦି ସୁଚାରୁରୂପେ ପରିଚାଳନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଅତ୍ୟନ୍ତ ଆନନ୍ଦିତ ଥିଲେ l