ମୁନିଗୁଡ଼ା ସାହିତ୍ୟ ସଂସଦ ପକ୍ଷରୁ ବିଶ୍ଵ ମାତୃଭାଷା ଦିବସ ପାଳିତ
ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ସାହିତ୍ୟ ସଂସଦ ତରଫରୁ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ଅକ୍ଷୟ କୁମାର ମଲ୍ଲିକଙ୍କ ସଭାପତିତ୍ବ,ସମ୍ପାଦକ ଉତ୍ତମ କୁମାର ଦାସ ଓ ମନୋରଞ୍ଜନ ଦଲାଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ରାମଚନ୍ଦ୍ର ବେହେରା,ମୁଖ୍ୟବକ୍ତା ଗବେଷକ ଶ୍ରିରଙ୍ଗ ନାୟକ, ସମ୍ମାନିତ ଅତିଥି ସମ୍ବାଦ ସାହିତ୍ୟ ଘର ସାଧାରଣ ସମ୍ପାଦକ ତଥା ଅଧ୍ୟାପକ କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଶିକ୍ଷୟତ୍ରୀ କଳ୍ପନା ମିଶ୍ର ଓ ଶିକ୍ଷକ ପ୍ରମୋଦ ଦାସ ଗାନ କରିଥିଲେ। ପରେ ସମସ୍ତଙ୍କୁ ନିଜ ନିଜ ମାତୃଭାଷାକୁ ଭଲ ପାଇବା ଓ ଏହାର ସମ୍ମାନ ରଖିବା ନିହାତି ଜରୁରୀ ବୋଲି ପ୍ରକାଶ କରିବା ସହ ଏଥିସହ ଆଲୋଚନା ଚକ୍ର ମାତୃଭାଷା ମାଧ୍ୟମରେ ସଂସ୍କୃତି ପରମ୍ପରାର ବିକାଶ ଉପରେ ସାହିତ୍ୟିକ ମାନେ ଆଲୋକପାତ କରିଥିଲେ, ଏହି ଅବସରରେ ବିଶ୍ଵ ମାତୃଭାଷା ଉପରେ ଆଲୋଚନା ଚକ୍ର ଓ କବିତା ପାଠରେ ନନ୍ଦିନୀ ଦାସ,ଶଙ୍କର ଦାସ, ରାଜକିଶୋର ବେହେରା,ନିର୍ମଳ ମଲ୍ଲିକ,କାଳନ୍ଦୀ ନାୟକ,ଗଣେଶ ସେଠୀ,କ୍ଷମାସାଗର ଦାସ,ବିମଳା ଶଙ୍କର ଦାସ, ପ୍ରକାଶ ମୁଦୁଲି,ପ୍ରଣବ ନିଶଙ୍କ, ଜଗନ୍ନାଥ ପରିଛା,ସୁଶୀଳା ସରାଫ,ପାୟଲ ନାୟକ,ଗୌରାଙ୍ଗ ରାଉତ ପ୍ରମୁଖଙ୍କ ସମେତ ଅନ୍ୟ କବି ମାନେ ଭାଗ ନେଇଥିଲେ। ଶେଷରେ ସମ୍ବାଦ ସାହିତ୍ୟ ଘରର ପୂର୍ବତନ ସଭାପତି ରାଜକିଶୋର ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


