ବହୁଦା ନଦୀପଠାରେ ବୃଦ୍ଧ ନାରାୟଣଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତା ମହିଳା ଗଲେ ଜେଲ

ଦିଗପହଣ୍ଡି,୧୩|୧୨(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀ ପଠା ରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧) ଙ୍କୁ  ହତ୍ୟା ଘଟଣା ରେ ଅନ୍ୟତମ ଅଭିଯୁକ୍ତା ମହିଳା ଙ୍କୁ ଶନିବାର ତଦନ୍ତକାରୀ ଅଧିକାରୀ ତଥା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତା ଜଣକ ହେଲେ ନୂଆପଡ଼ା ଗ୍ରାମ ଚରିଆପଡ଼ା ସାହିର ଝୁମୁରି ବେହେରା। ଥାନା ମାମଲା ନଂ.୩୫୩/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତା ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଅକ୍ଟୋବର ୧୨ ତାରିଖ ଭୋର ରେ ନାରାୟଣଙ୍କ ରକ୍ତାକ୍ତ ମୃତଦେହ ନଦୀ ପଠା ରେ ପଡ଼ିଥିବା କିଛି ବ୍ୟକ୍ତି ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ନାରାୟଣ ଙ୍କ ପୁଅ ଶିବ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ହତ୍ୟା ଘଟଣାର ୫ ଦିନ ପୂର୍ବେ ନାରାୟଣ ଝୁମୁରୀ ଙ୍କ ଘରେ ପଶି ତାଙ୍କ ଝିଅ ଙ୍କୁ ଅସଦାଚରଣ କରିଥିଲେ। ମା ଘରକୁ ଫେରିବାପରେ ଝିଅ ସବୁ କଥା ତାଙ୍କୁ କହିଥିଲେ। ଝୁମୁରି ଙ୍କ ପରିବାର ଲୋକେ ନାରାୟଣ ଙ୍କୁ ଘଟଣା ପଚାରିବା ସହ ମାଡ଼ ମାରିଥିଲେ।ଝୁମୁରି ଏନେଇ ଦିଗପହଣ୍ଡି ଥାନା କୋଟିନଡା ଗ୍ରାମରେ ରହୁଥିବା ତାଙ୍କ ସାନଭାଇ ଶୁଭରାଜ ବେହେରା ଙ୍କୁ ଜଣାଇଥିଲେ। ଭାଣିଜୀ ଙ୍କୁ ଘରେ ପଶି ଅସଦାଚରଣ କରିଥିବା ନାରାୟଣ ଙ୍କୁ ଶୁଭରାଜ ହତ୍ୟା କରିବା ପାଇଁ ତାଙ୍କ ସାଙ୍ଗ ନୂଆପଡ଼ା ର ଶଙ୍କର ବେହେରା ଙ୍କ ସହ କଥା ହୋଇ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।ଅକ୍ଟୋବର ୧୧ ତାରିଖ ସନ୍ଧ୍ୟା ପ୍ରାୟ ୬ ଟାରେ ଉଭୟେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ରେ ମିଶି କଥା ହେବା ପରେ ନୂଆପଡ଼ା ଗ୍ରାମ ନିକଟ ଧାନ୍ୟରାଶି ଶିବମନ୍ଦିର ରେ ରାତି କଟାଇଥିଲେ।ଶୁଭରାଜ ଙ୍କ ଭଉଣୀ ନୂଆପଡ଼ା ଗାଁ ର ଝୁମୁରି ବେହେରା ରାତି ପ୍ରାୟ ୩ ଟାରେ ନାରାୟଣ ନଦୀ କୁ ଯାଉଥିବା ନେଇ ଫୋନ ରେ ଭାଇ ଶୁଭରାଜ ଙ୍କୁ ଜଣାଇଥିଲେ।ନାରାୟଣ ନଦୀ ପଠା ରେ ଥିବା ତାଙ୍କ ବଗିଚା ରେ ପହଞ୍ଚି ପୂଜା ପାଇଁ ଫୁଲ ତୋଳିବା ପରେ ନଦୀ କୁ ଗାଧୋଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଶୁଭରାଜ ଏବଂ ଶଙ୍କର ନାରାୟଣ ଙ୍କୁ ଅତର୍କିତ ଭାବେ କାତି ରେ ହାଣି  ବାଇକ ଯୋଗେ  ଫେରାର ହୋଇଯାଇଥିଲେ। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଶଙ୍କର ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶୁଭରାଜ ଦିଗପହଣ୍ଡି କୋର୍ଟ ରେ ଆତ୍ମସମର୍ପଣ କରିଥିଲେ।ଉଭୟେ ଦିଗପହଣ୍ଡି ସବ ଜେଲ ରେ ବିଚାରାଧୀନ ଅନ୍ତେବାସୀ ଭାବେ ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ