ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ)  କେନ୍ଦୁଝରଏଡିଜେ ମମିତା ଦାସ ଏକ ନରହତ୍ୟା ମାମଲାର ବିଚାର କରି ଆସାମୀ ନରୋତ୍ତମ ପେଣ୍ଠେଇ, ପିତା-କୀର୍ତ୍ତନ ପଣ୍ଠେଇ, ଗ୍ରାମସିରିଗିଡା, ରୁଗୁଡିସାହି ଥାନା-ତେଲକୋଇ, ଜିଲ୍ଲା-କେନ୍ଦୁଝର କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆସାମୀ ନରୋତ୍ତମ ପେଣ୍ଠଇଙ୍କ ଶ୍ୱଶୁର ବିଶ୍ୱନାଥ ପେଣ୍ଠେଇ(୪୫) ତା ୧୦ା୫ା୨୦୨୨ ରିଖ ରାତି ୧୦ ଘଟିକା ସମୟରେ ତା’ ସ୍ତ୍ରୀ ଗୋମତି ପେଣ୍ଠେଇ ଓ ଝିଅ ବବିତା ପେଣ୍ଠେଇ ସହ ଖାଇ ସାରି ଶୋଇଥିବା ସମୟରେ ତା’ର ଜ୍ୱାଇଁ ଆସାମୀ ନରୋତ୍ତମ ପେଣ୍ଠେଇ ଗୋଟିଏ କୁରାଢି ଧରି ଘରକୁ ପଶି ଆସି ବିଶ୍ୱନାଥ ପେଣ୍ଠେଇଙ୍କ ଝିଅର ବେକକୁ କୁରାଢି ଦ୍ୱାରା ଆଘାତ କରିବାରୁ ପ୍ରବଳ ରକ୍ତ ଶ୍ରାବ ହୋଇଥିଲା । ଫଳରେ ବିଶ୍ୱନାଥଙ୍କ ଝିଅର ମୃତୁ୍ୟ ହୋଇଥିଲା ଏବଂ ୨ୟ ଚୋଟ ମାରିବାରୁ ବିଶ୍ୱନାଥଙ୍କ ସ୍ତ୍ରୀ ଗୋମତି ପେଣ୍ଠେଇଅଟକାଇବାରୁ ଆସାମୀ ତାକୁ ଠେଲି ଦେଇ ଘଟଣାସ୍ଥଳରୁ କୁରାଢି ଧରି ଦୌଡି ପଳାଇ ଯାଇଥିଲା । ଏନେଇ ଆସାମୀ ନରୋତ୍ତମ ପେଣ୍ଠେଇଙ୍କ ଶ୍ୱଶୁର ବିଶ୍ୱନାଥ ପେଣ୍ଠେଇ ତା ୧୧ା୫ା୨୦୨୨ ରିଖରେ ତେଲକୋଇ ଥାନାରେ ଏକ ମକଦ୍ଦମା ରୁଜୁ କରିବା ପରେ ତେଲକୋଇ ଥାନା ୭୫ା୨୨ ରେ ଏକ ମକଦ୍ଦମା ରୁଜୁ ହୋଇ ଅନୁସନ୍ଧାନ କରି ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ୧୮ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି କେନ୍ଦୁଝର ଏଡିଜେ ମମିତା ଦାସ ଉପରୋକ୍ତ କାରାଦଣ୍ଡ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକୁ୍ୟଟର ପ୍ରଫୁଲ୍ଲ କୁମାର ପାତ୍ର କେଶ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ