ଓଡିଆ ଭାଷାରେ ନାମଫଳକ ସଚେତନତା ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):   ଓଡ଼ିଆ ପକ୍ଷ ୨୦୨୬ ଅବସରରେ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପର୍ଯ୍ୟନ୍ତ “ଓଡ଼ିଆ ଭାଷାରେ ନାମଫଳକ – ସଚେତନତା ପଦଯାତ୍ରା” ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ବାଲେଶ୍ବର ପୌରପାଳିକାର ମୁଖ୍ୟ ରାସ୍ତା ପରିକ୍ରମା କରି ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକୁ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ସମ୍ବନ୍ଧରେ ସଚେତନ କରିବା ସହ ଲିଫଲେଟ ପ୍ରଦାନ କରାଯାଇଥିଲା । ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଗଲା । ଏହି ପଦଯାତ୍ରାରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କେଶରୀ ପ୍ରଧାନ, ଜିଲ୍ଲା ସହକାରୀ ଶ୍ରମ ଅଧିକାରିଣୀ/ଅଧିକାରୀ ଗଣ  ଶିବଙ୍ଗି ହେମ୍ବ୍ରମ, କୁମାର ବାସୁଦେବ ପଣ୍ଡା, ଶୈଳସୂତା ଦାସ, ତୁଷାର କାନ୍ତ ଜେନା, କନିଷ୍ଠ ସହାୟକ ପ୍ରିୟବ୍ରତ ଦାସ ଓ ରାଜେନ୍ଦ୍ର ମାଝୀଙ୍କ ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ପ୍ରିଣ୍ଟ ମିଡ଼ିଆ ଓ ଇଲେକ୍ଟ୍ରୋନିକ ମିଡ଼ିଆର ସାମ୍ବାଦିକଗଣ ତଥା ଶ୍ରମିକ ସଂଗଠନର କର୍ମକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ