ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ନମିତା ବେହେରା

ବନ୍ତ,(ଚାନ୍ଦିନୀ ମହାନ୍ତି) : ନିଜର ଅଦମ୍ୟ ଇଚ୍ଛାଶକ୍ତି ବଳରେ ଆଗକୁ ବଢିବା ସହିତ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଚକ୍ରାପାଢୀ ଗ୍ରାମର ଚିତ୍ରଶିଳ୍ପୀ ନମିତା ବେହେରା । ଭଦ୍ରକ ଚାରୁ ଓ କାରୁ କଳା ମହାବିଦ୍ୟାଳୟରୁ ଭିଜୁଆଲ୍ ଆର୍ଟ ଶିକ୍ଷା ସମାପ୍ତି ପରେ ନମିତା ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଆଦି ଜିଲାର ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ୫ ଶହରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସ୍ୱହସ୍ତରେ ଫଟୋଚିତ୍ର ଆଙ୍କି ପ୍ରଦାନ କରିଛନ୍ତି । ଗତ ଜୁଲାଇ ୧୪ରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇବା ନେଇ ନମିତା ଆବେଦନ କରିଥିଲେ । ତାଙ୍କର ଏହି କୃତିତ୍ୱକୁ ଉପଲବ୍ଧି କରି ଜୁଲାଇ ୨୪ରେ ତାଙ୍କ ପାଖକୁ ମେଲ ମାଧ୍ୟମରେ ସୂଚନା ଆସିବା ସହ ବୁଧବାର ନମିତାଙ୍କ ପାଖକୁ ପାର୍ସଲ ଯୋଗେ ମେଡାଲ୍‌, ପରିଚୟପତ୍ର, ପ୍ରମାଣପତ୍ର, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ବହି, କଲମ ଆଦି ଆସିଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଗରପଡା ଥାନାଧିକାରୀ ଦେବରାଜ ଜେନା ଯୋଗ ଦେଇ ପାର୍ସଲଟିକୁ ଖୋଲି ନମିତାଙ୍କୁ ହସ୍ତାନ୍ତର କରିଥିଲେ । ଏଥିରେ ଆଗରପଡା ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ, ସମ୍ପାଦକ ରବିନ୍ଦ୍ର ଆଇଚ, ଶିକ୍ଷାବିତ୍ ଉପେନ୍ଦ୍ରନାଥ ଶତପଥି, ସମାଜସେବୀ ମଦନମୋହନ ଦାଶ, ସାମ୍ବାଦିକ ହେମନ୍ତ ସିଂହ, ଅଧ୍ୟାପକ ଚିରଞ୍ଜିବୀ ଦାସ ଏବଂ ନମିତାଙ୍କ ପିତା ରବିନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୁରବାର ନିଜ ଗ୍ରାମ ଚକ୍ରାପାଢୀସ୍ଥିତ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ କବିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ନମିତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ଶିକ୍ଷାବିତ୍ ଗଣେଶ ପ୍ରସାଦ ଭୋଳ, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ବରିଷ୍ଠ ନାଗରିକ ମଦନମୋହନ ଦାଶ, ଦୋଳଗୋବିନ୍ଦ ବେହେରା, ଏସଏମସି ସଭାପତି ମୃତ୍ୟୁଞ୍ଜୟ କୁଣ୍ଡୁ, ସମାଜସେବୀ ଅନିରୁଦ୍ଧ ସିଂହ, ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ, ପ୍ରଫୁଲ୍ଲ କୁମାର ବିଶ୍ୱାଳ, ବିଜୟ କୁମାର ଦାସ, ବିଶ୍ୱନାଥ ଜେନା, ନିରୁପମା ଦାଶ, କଳ୍ପନା ସାହୁ, ବୃନ୍ଦାବନ ଜେନା, ଗଣେଶ ପ୍ରସାଦ ପଣ୍ଡାଙ୍କ ସମେତ ନମିତାଙ୍କ ପିତା ରବିନାରାୟଣ ବେହେରା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ